STORYMIRROR

Trushna Das

Abstract Others

3  

Trushna Das

Abstract Others

ଜୀବନ ରାସ୍ତାରେ

ଜୀବନ ରାସ୍ତାରେ

1 min
138



ଜୀବନଟା ଗୋଟିଏ ରାସ୍ତା ହେଲେ

ମଣିଷ ହୁଏ ଏହାର ପଥିକ

ରାସ୍ତାର ଆରମ୍ଭ ଜନ୍ମ ହେଲେ

ଏହାର ଶେଷ ଲକ୍ଷ୍ୟ ସ୍ଥଳ ହୁଏ ମୃତ୍ୟୁ।। ( 1 )

ଜୀବନ ଯାତ୍ରାରେ ଆସନ୍ତି ବହୁତ ପଥିକ

କିଏ ହୋଇ ଯାଏ ସାରା ଜୀବନ ର ସାଥୀ

ତ ପୁଣି କିଏ ହୋଇ ଥାଏ ସାଥୀ ଅଳ୍ପ ଦିନର

ଏହା ହିଁ ତ ଜୀବନର ଖେଳର ପରିଣତି ।। ( 2 )

କେବେ ଚିହ୍ନା ଲୋକ ହୋଇ ଯାଏ ପର

ତ କେବେ ଅଚିହ୍ନା ହୃଦୟରେ କରେ ଘର

ଶେଷରେ ମଣିଷ ହୋଜି ଯାଏ

ଏ ଚିହ୍ନା ଅଚିହ୍ନା ସମ୍ପର୍କ ମଧ୍ୟରେ।। ( 3 )

କେବେ ସମ୍ପର୍କର ମାୟାରେ ପଡି

ଭୁଲି ଯାଏ ନିଜ ଅସ୍ତିତ୍ୱ

ଭଲ ମନ୍ଦ ବିଚାର ଭୁଲି

କରି ଦିଏ ବେଳେ ବେଳେ ଜୀବନର ସବୁଠାରୁ ବଡ ଭୂଲ କାମ।। ( 4 )

କେବେ ସତ କହିବାକୁ ଅନ୍ୟକୁ ବୁଝାଏ

କେବେ ମିଛ ପରଦାରେ ନିଜକୁ ଲୁଚାଏ

ହାରି ଯାଏ ପୁଣି କେତେବେଳେ

ଏ ସତ ମିଛ ଛକିଶୂନ ର ଖେଳରେ ।। ( 5 )

କେତେବେଳେ ପ୍ରଂଶସାରେ ଭାସି ଯାଏ

ପୁଣି କେତେବେଳେ ନିନ୍ଦାରେ ବୁଡି ଯାଏ

ତଥାପି ସତ ଦୁଃଖକୁ ସାଇତି ରଖେ

ନିଜ ହୃଦୟର ମନ୍ଦିରରେ ।। ( 6 )

କେତେ ଘଟଣା ମନେ ରୁହେନି

କେତେ ଘଟଣା ଭୁଲି ହୁଏ ନାହିଁ କି କହି ହୁଏନି

ଏ ସବୁ ସ୍ମୃତିକୁ ଗଣ୍ଠି କରି

ନେଇ ଯାଏ ତା ସାଥିରେ ସାଇତି ରଖି।। ( 7 )

ଯେତେ କଣ୍ଟା ଥାଉ

ଯେତେ କଷ୍ଟ ହେଉ

ମନୁଷ୍ୟ ଚାଲୁଛି ଆଉ ଚାଲୁ ଥିବ,

ଏବଂ ତାକୁ ଚାଲିବାକୁ ହିଁ ପଡିବ

ହସି ହସି ହେଉ

ବା କାନ୍ଦି କାନ୍ଦି ହେଉ

ସାଥି ସହ ହେଉ

ବା ଏକା ହେଉ

ଏଇ ଜୀବନ ବାଟରେ

ହଁ ଏଇ ଜୀବନ ବାଟରେ ।। ( 8 )



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract