STORYMIRROR

Bidyadhar Mantry

Drama Classics Inspirational

4  

Bidyadhar Mantry

Drama Classics Inspirational

ପଞ୍ଚ ତତ୍ତ୍ଵ

ପଞ୍ଚ ତତ୍ତ୍ଵ

2 mins
57

    

ଚବିଶ ଟି ତତ୍ତ୍ଵାତ୍ମକ ତତ୍ତ୍ଵ ବଳେ

ଜୀବ ଜଗତର ସୃଷ୍ଟି

ପ୍ରତି ଜୀବ ମଧ୍ୟେ ତତ୍ତ୍ଵ ବିଦ୍ୟମାନ

ସଂପୂର୍ଣ୍ଣ ଚବିଶ ଗୋଟି

ପଞ୍ଚ ଜ୍ଞାନେନ୍ଦ୍ରିୟ ପଞ୍ଚ କର୍ମେନ୍ଦ୍ରିୟ

ତିନି ଗୁଣ ତିନି ତମ 

ପଞ୍ଚ ମହାଭୂତ ପାଞ୍ଚଟି ତନ୍ମାତ୍ରା 

ଶରୀରରେ କାର୍ଯ୍ୟକ୍ଷମ ।


ସର୍ବ ପ୍ରଥମରେ ସେ ମହତ୍ ବ୍ରହ୍ମ

ମହତ୍ ବୁଦ୍ଧି ତା' ପରେ

ମହତ୍ ବୁଦ୍ଧି ରୁ ଅହଂମ୍ ଉତ୍ପତ୍ତି

ତିନି ଗୁଣ ତନ୍ମଧ୍ୟରେ

ସତ୍ତ୍ଵ ରଜୋ ତମୋ ଅଟେ ତିନି ଗୁଣ

ତିନି ଗୁଣ ଠାରୁ ତତ୍ତ୍ଵ

ପଞ୍ଚ ତତ୍ତ୍ଵ ଅବା ପଞ୍ଚ ମହାଭୂତ 

ଶରୀରରେ ଅବସ୍ଥିତ

ପୃଥିବୀ ଜଳ ତେଜ ବାୟୁ ଆକାଶ

ପଞ୍ଚ ତତ୍ତ୍ଵ ରୂପେ ଗଣା

ଶବ୍ଦ ସ୍ପର୍ଶ ରୂପ ରସ ଆଉ ଗନ୍ଧ

ତନ୍ମାତ୍ରା ଭାବରେ ଜଣା ।


ପଞ୍ଚ ତତ୍ତ୍ଵର ରହସ୍ୟ ମଧ୍ୟରୁ

ପ୍ରଥମେ ଆକାଶ ତତ୍ତ୍ଵ

ଶବ୍ଦ ଅଟେ ଆକାଶର ସୁକ୍ଷ୍ମ ତତ୍ତ୍ଵ 

କର୍ଣ୍ଣ ସହିତ ଜଡ଼ିତ

ଆକାଶରୁ ବାୟୁ ହୁଅଇ ସମ୍ଭୂତ

ସେଥିରେ ଦୁଇଟି ଗୁଣ

ଧ୍ଵନି ଆଉ ସ୍ପର୍ଶ ବାୟୁ ପ୍ରବାହରେ

ଅନୁଭବ ହିଁ ନିଦାନ

ଆକାଶକୁ ଦେଖି ହୁଏ ସହଜରେ

ମାତ୍ର ନୁହେଁ ଅନୁଭବ

ସ୍ପର୍ଶ ପାଇ ପ୍ରାଣୀ ନିଜ ଶରୀରରେ

କରିଥାଏ ଅନୁଭବ

ଆକାଶ ଓ ବାୟୁ ମିଶ୍ରଣରେ ଅଗ୍ନି

ତତ୍ତ୍ଵ ହୋଇଛି ଅବଶ୍ୟ

ଶବ୍ଦ ସ୍ପର୍ଶ ରୂପ ସହ ତିନି ଗୁଣ

ନେତ୍ର ବଳେ ଅଗ୍ନି ଦୃଶ୍ୟ

ଆକାଶ ବାୟୁ ଓ ଅଗ୍ନି ସମିଶ୍ରଣେ

ଜଳ ତତ୍ତ୍ଵର ଉତ୍ପତ୍ତି

ଶବ୍ଦ ସ୍ପର୍ଶ ରୂପ ସବୁ ମିଶି ଅଛି

ସ୍ପର୍ଶ-ଦର୍ଶନ ସମ୍ପ୍ରତି

ଭିନ୍ନ ଏକ ଗୁଣ ଜଳରେ ନିହିତ

ସ୍ଵାଦ ରୂପେ ପ୍ରାଣୀ ଜଣେ

ନାହିଁ ସ୍ଵାଦ ଆକାଶ ବାୟୁ ଅଗ୍ନିର

ଜଳ ସ୍ଵାଦ ଜିହ୍ୱା ଜାଣେ 

ଆକାଶ ବାୟୁ ଅଗ୍ନି ଓ ଜଳ ତତ୍ତ୍ଵ

ମିଶ୍ରିତ ଭାବେ ପୃଥିବୀ

ପୃଥିବୀର ବିଶେଷତ୍ଵ ଗୁଣ ଭାବେ

ଗନ୍ଧ ସହିତ ପୃଥିବୀ

ଗନ୍ଧ ଅଟେ ସୁକ୍ଷ୍ମ ତତ୍ତ୍ଵ ପୃଥିବୀର

ନାସିକା କରେ ଆଘ୍ରାଣ

ପଞ୍ଚ ସୁକ୍ଷ୍ମ ତତ୍ତ୍ଵ ପଞ୍ଚ ତତ୍ତ୍ଵ ଠାରୁ

ଇନ୍ଦ୍ରିୟ କରେ ଗ୍ରହଣ ।


ପଞ୍ଚ ଦେବତାଙ୍କ ପୂଜନ ବିଧାନ

ଉଲ୍ଲେଖ ଶାସ୍ତ୍ରାନୁସାରେ

ଗଣେଶ ବିଷ୍ଣୁ ଶିବ ଦୁର୍ଗା ଓ ସୂର୍ଯ୍ୟ 

ପଞ୍ଚ ଦେବତା ରୂପରେ

ଶରୀର ନିର୍ମିତ ପଞ୍ଚ ତତ୍ତ୍ଵ ଦ୍ଵାରା

ଶରୀରରେ ପଞ୍ଚ ଦେବ

ପଞ୍ଚ ତତ୍ତ୍ଵ ସହ ପଞ୍ଚ ଦେବଙ୍କର

ରହିଛି ଅତୁଟ ଭାବ

ଗଣେଶ ହିଁ ଜଳ ତତ୍ତ୍ଵର ପ୍ରତୀକ

ଶ୍ରୀବିଷ୍ଣୁ ଙ୍କ ବାୟୁ ତତ୍ତ୍ଵ

ଶିବ ସହ ମେଳ ପୃଥିବୀ ତତ୍ତ୍ଵର

ଶ୍ରୀଦେବୀ ମା' ଅଗ୍ନି ତତ୍ତ୍ଵ

ସୂର୍ଯ୍ୟ ଦେବ ସହ ଆକାଶ ତତ୍ତ୍ଵର

ଅଛି ସାମଞ୍ଜସ୍ୟ ଭାବ

ଶରୀର ମଧ୍ୟରେ ପଞ୍ଚ ତତ୍ତ୍ଵ ସହ

ପଞ୍ଚ ଦେବତା ଉଦ୍ଭବ

ଜୀବନ ଧାରଣ ନିମନ୍ତେ ଯେପରି

ଜଳ ପ୍ରଥମେ ଜରୁରୀ

ଗଣେଶ ଙ୍କୁ ପ୍ରଥମ ପୂଜନ ବିଧି

ପ୍ରାୟ ଠିକ୍ ସେହିପରି

ପଞ୍ଚ ଦେବତା ପୂଜନ ଆଳରେ 

ନିଜକୁ ପୂଜିବା ଅର୍ଥ

ପୁରାଣ ବର୍ଣ୍ଣିତ ଗୂଢ ରହସ୍ୟର

ଭାବ ରହିଛି ନିହିତ ।


ପଞ୍ଚ ତତ୍ତ୍ଵ ବଳେ ନବ ଜୀବନର

ଶକ୍ତି ଅଛି ଶରୀରରେ

ମାଟିର ଗୁଣ ଓ ଅଗ୍ନି ତେଜ ବଳେ

ଜୀବନ ଯାତ୍ରା ଅଚିରେ

ବାୟୁର ପ୍ରଭାବ ନିଃଶ୍ୱାସ ପ୍ରଶ୍ୱାସେ

କ୍ଷଣ ଭଙ୍ଗୁର ଜୀବନ

ଜଳ ହିଁ ଜୀବନ ଜଳ ବିନିଯୋଗେ

ସୃଷ୍ଟି ରହିଛି ଅକ୍ଷୁର୍ଣ୍ଣ

ସମଗ୍ର ସଂସାର ତତ୍ତ୍ଵ ରେ ଗଠିତ

ବୁଝି ତତ୍ତ୍ଵର ଗୁରୁତ୍ଵ

ସମ୍ମାନ ସହିତ ପୋଷଣ ବିଧେୟ

ପଞ୍ଚ ତତ୍ତ୍ଵର ମହତ୍ତ୍ଵ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama