STORYMIRROR

Krishna Mishra

Abstract

3  

Krishna Mishra

Abstract

ନବବର୍ଷ ସ୍ବାଗତ ତୁମକୁ

ନବବର୍ଷ ସ୍ବାଗତ ତୁମକୁ

1 min
199

କରିବିନି ଆମନ୍ତ୍ରଣ ଶରାହତ ସୈନିକଟି ଭଳି, 

ନାହିଁ ପରାକାଷ୍ଠା ଯା'ର, ଉଦ୍ଦାମ ଶକ୍ତି ର,

ଚାଲିଆସେ, ତୁଣୀରରେ ତୀର ରଖି

ଶତ୍ରୁ ଘାତେ ପିଠି କରି

  ଅବା,

ନବୀନ ବାରତା ବିନା,

ସ୍ବପ୍ନ ଭଙ୍ଗ ରଜନୀ ଟି ପରି

ଭେଟିବିନି ତୁମକୁ ମୁଁ,

ମୁରୁଚାଖିଆ ହତିଆର ଭଳି,

ଯା'ର କଳଙ୍କିତ ଧାର

ଅସମର୍ଥ, ପିଇବାକୁ ରକତ ଅରିର

କରିବିନି ସ୍ବାଗତ ହେ ନବବର୍ଷ!

ଅବଳା ନାରୀ ରୂପ ନେଇ

ନୀରବରେ ଅଶ୍ରୁ ଝରେ,

ଛଳନା ପେଷିତ ହୃଦୟ

ଅବଶେଷ ଜୀବନର ଦିନ ଗଣୁଥାଇ

ସ୍ବାଗତ କରିବି ଅବଶ୍ୟ ତୁମକୁ,

ସେଇ ସବୁଜିମା ଦୁର୍ବାଦଳ ଭଳି

ଅଗଣିତ ହଣାଖାଇ ପୁଣି ଯେ ଅଙ୍କୁରେ,

ବାଷ୍ପୀଭୂତ ଜଳ ଅସନା ନାଳର,

ଯେହ୍ନେ ବରଷାର ଧାରା ବହିଯାଏ

ସେଇ ଶସ୍ୟ ଦାନା

କାହା ଆହାର ବଞ୍ଚିତ,

ଶ୍ୟାମଳ କ୍ଷେତେ ଯେ

କୋଟି ଗୁଣେ ଲହରଇ

ମରଣର ସ୍ତୁପ ତଳେ

କ୍ଷୁଦ୍ର ଏକ ସଳିତା ମୁଁ,

ହାରିନି ତ କେବେ

ଜଳିବି ମୁଁ ଚିରନ୍ତନ

ବିଛୁରାଇ ନବୀନ ଆଲୋକ,

ସ୍ବାଗତ ହେ ନବ ବରଷ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract