ଦୋ'ଛକି
ଦୋ'ଛକି
ଦୋ'ଛକି ଭାବ ନହୁଁ ଜୀବନରେ
ଭଲ କାର୍ଯ୍ୟେ ରହୁ ମନ,
ଅନ୍ୟାୟ କାର୍ଯ୍ୟରେ ନହୁଁ ପଥ ଆମ୍ଭ
ପ୍ରାଣ ହେବ ହୀନିମାନ।
ସତ୍ୟ ଧର୍ମ ପଥେ ପ୍ରିତି ରହୁ ଆମ୍ଭ
ରୁହହେ ଜଡ଼ିତ ଭାଇ,
ଅଧର୍ମ ଅସତ୍ୟ ନହୁଁ ମାର୍ଗେ ଆମ୍ଭ
ରହୁ ସତ୍ୟ ପଥେ ଭାଇ।
ଦୋ'ଛକିରେ ନର ଅସଫଳ ହୁଏ
ପାପକର୍ମେ କରେ ପଥ,
ପାପକୁ ଅର୍ଜିବା ଜୀବନ ଯାତ୍ରାରେ
ନୂହେ ମନୁଷ୍ୟର ପଥ।
ଏକାକୀ ପଥଟି ପ୍ରଭୁ ଭକ୍ତି ନିତ୍ୟେ
ଅନ୍ୟ ପଥେ ପାପାଚାର୍ ।
ଜନସେବା ଅଟେ କର୍ମପଥ ଭାଇ
ସେବାଭାବ ନିରନ୍ତର।
ଦୋ'ଛକି ଟି ଏହୁ ଜୀବନ ଯାତ୍ରାର
ଜ୍ଞାନ ଅଜ୍ଞାନ ଟି ଦୁଇ,
ଜ୍ଞାନର ଛକିକୁ ଗ୍ରହଣ କରିବା
ଅଜ୍ଞାନ ପଥ ଦୁରେଇ।
ସତ୍ୟ ଧର୍ମ ତ୍ୟାଗ ଛକି ଅଟେ ଆମ୍ଭ
କର୍ମପଥ ତହିଁ ରହୁ,
ଅନ୍ୟାୟ ଅଧର୍ମ ପଥ ନୂହେ ଆମ୍ଭ
ଗ୍ରହଣ ନକର କେହୁ।
ରାଷ୍ଟ୍ର ସେବା ଅଟେ ଜୀବନର ପଥ
ରାଷ୍ଟ୍ର ସେବା ପଥେ ରହୁ,
ସତ୍ତାର ନିମନ୍ତେ ନହୁଁ ଶତ୍ରୁ ଭାବ
ପଥ ନୂହେ ଆମ୍ଭ ସେହୁ।
ଭ୍ରଷ୍ଟାଚାରୀ ନହୁଁ ଜୀବନର ମାର୍ଗ
ଜନକଲ୍ୟାଣରେ ରହୁ,
ହିଂସା ଓ କପଟ ପଥ ନୂହେ ଆମ୍ଭ
ଜଗନ୍ନାଥ ଭକ୍ତି ରହୁ।
ଦୋ'ଛକି ଟି ନହୁଁ ଜୀବନ ମାର୍ଗରେ
ନ୍ୟାୟ ଛକି ନିତ୍ୟେ ରହୁ,
ଆତ୍ମନିର୍ଭରଟି ହେଉ ଛକି ଆମ୍ଭ
ନିର୍ଭରଶୀଳ ଟି ନହୁ।
ଦେଶର ଗୌରବେ ମନପ୍ରାଣ ରହୁ
ନହୁଁ କେବେ କଟୁ ଭାବ,
ଦୋ'ଛକି ଟି ଅଟେ ଅଧର୍ମର ମାର୍ଗ
ସତ୍ୟେ ଧର୍ମେ ରହୁ ଭାବ।
ପ୍ରଭୁ ଭକ୍ତି ଅଟେ ପବିତ୍ର ଛକିଟି
ଜୀବନରେ ସର୍ବୋପରି,
ହୃଦୟ କଣାରେ ରଖିବା ସାଇତି
ସେହୁ ରଖି ଥିବା ଧରି।
