STORYMIRROR

SUSMITA MISHRA

Classics

3  

SUSMITA MISHRA

Classics

ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା

ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା

1 min
219


ଆଲୋ ସଙ୍ଗାତ,ଆଲୋ ଆଲୋ ଏ ମିତ,

ଆଜି ପରା ଲୋ ଶ୍ରୀ ଗୁଣ୍ଡିଚା ରଥ ଯାତ।

ମାଉସୀ ଘରକୁ ଯିବ ମୋ ନାଥ,

ସେ ପାଇଁ ବଡଦାଣ୍ଡେ ଲାଗିଛି ରଥ।

ମାଉସୀ ଘରକୁ ଯିବା ପାଇଁ,

କେମିତି ହେଉଛି ତା ମନ ,

ତର ତ ସେ ସହି ପାରୁ ନାହିଁ,

ତା ମନ ହେଲାଣି ଉଚ୍ଛନ୍ନ।

ଝୁଲି ଝୁଲି ଆସୁଛି ମୋ କାଳିଆସୁନା,

କେମିତି ହେଉଛି ସେ ଯେ ଆନମନା।

ଟାହିଆ ଉପରେ ଟାହିଆ ନାଇଛି,

କେମିତି ଝୁଲି ଝୁଲି ସେ ଆସୁଛି।

କେଉଁଠି ଉଠୁଛି, କେଉଁଠି ପଡୁଛି,

କେଉଁଠି ଝୁଲୁଛି,କେଉଁଠି ରହୁଛି।

କେମିତି ଦେଖ ନାଚି ନାଚି ଯାଉଛି,

ଘଣ୍ଟ ଗିନି ଶବଦେ ଭୋଳ ହେଉଛି।

ବଡ଼ଦାଣ୍ଡେ ଭକତ ଦେଖିବ ତା ନାଥକୁ,

ଛୁଇଁବ ରଥକୁ,ଛୁଇଁବ ସେ ମହାବାହୁକୁ।

ଆତ୍ମା ର ମନକୁ ଛୁଇଁବ ପରମାତ୍ମାର ପରଶ,

ସେ ପରଶରେ ଆତ୍ମା ହୋଇ ଦିବ୍ୟାତ୍ମା ହେବ ହରଷ।

ଭାଵ ଭାବରେ ହେବ ମିଳନ ପତିତ ପତିତପାବନ,

ଆଖି ଆଖିରେ ହେବ ମିଳନ,ଭକତ ଚକାନୟନ ।

ଆଜି ଜଗାର ଫୁରୁସତ ନାହିଁ,

ମାଉସୀ ଘରକୁ ଯିବା ପାଇଁ। 

କି ସୁନ୍ଦର ଦିଶୁଛି କଳା ଗୋଷେଇଁ,

କନ୍ଦର୍ପ କାନ୍ତି ସେ କିଣି ଯାଉଛି।

ରଥେ ବିଜେ ଆଜ ଜଗତ ନାଥ,

ଖୋଲା ମଞ୍ଚେ ଦର୍ଶନ କରୁଛି ଭକତ।

ସେ ଦର୍ଶନେ ଭକତ ଭାବାବେଗ ହୋଇଛି,

ଭଜନ କୀର୍ତ୍ତନ ମନନ ରେ ଭକ୍ତି ଅର୍ପଣ କରୁଛି।

ଆଜି ଭକତ ସହ ଜଗା ନିଜ ଜନ୍ମ ବେଦୀକୁ ଯାଉଛି,

ତା ମାତା ରୁପି ମାଉସୀ ଗୁଣ୍ଡିଚା ତା ବାଟ ଚାହିଁ ରହିଛି।

ଝୁଲି ଝୁଲି ମଦ ମସ୍ତିରେ ଯାଉଛି ମୋ କାଳିଆସୁନା,

ନଦୀଘୋଷେ ଫରଫର ଉଡାଇ ପତିତପାବନ ବାନା।

ରେ ମୋ କାଳିଆସୁନା, ତୋ ରଥ ଯାତରା କୁ ଯାଇ ପାରୁ ନାହିଁ,

ହୃଦୟ ରୂପକ କମଳ ଅର୍ପଣ କରୁଛି,

ଘେନା କରିବୁ ମୋ କଳା ଗୋଷେଇଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics