STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ମୋ ସୁନା ଝିଅ

ମୋ ସୁନା ଝିଅ

1 min
230


ଝିଅ ନୁହେଁ ତୁ ମୋର ଲକ୍ଷ୍ମି ଟିଏ

ଆସିଛୁ ମୋର ହୋଇ ଝିଅ ଟିଏ

କେତେ ପୁଣ୍ୟ ବଳେ ଝିଅ ରୂପେ ତତେ ପାଇଛି

ତୋ ପାଇଁ ମୁଁ ସବୁ ଆଣି ଦେଉଛି

ମୋ ଘର ଆଜି ତୋ ପାଇଁ ହସୁଛି

ତୋ କୁନି କୁନି ପାଦ ମୋ ଘରେ ପଡିଛି

ତୋ ପାଇଁ ମୁଁ କେତେ ସ୍ୱପ୍ନ ଦେଖିଛି

ମୋ ଝିଅ ଭଲ ପାଠ ପଢିବ ଭାବିଛି

ତୁ ଦିନେ ମୋତେ ଛାଡି ଶାଶୁ ଘର ଯିବୁ

ଆଉ କାହା ଘରେ ବୋହୁ ଟିଏ ହେବୁ

ତୁ ଦିନେ ମୋ ଆଖିରେ ଲୁହ ଦେଇ ଯିବୁ

ତୋ ସୁନାର ସଂସାର ତୁ ନିଜେ ଗଢିବୁ

ମୋ ଘର ଆଜି ତୋ ପାଇଁ ସୁନ୍ଦର ଦିଶୁଛି

ମୋ ଝିଅ ପାଇଁ କେତେ ପୂଜା କରିଛି

ତୁ ମୋର ସମ୍ମାନ୍ କୁ ସବୁଠି ରଖିବୁ

ଦୁହିତା ହୋଇ ତୁ ଦୁଇ କୂଳେ ରହିବୁ

ତୋ ପାଇଁ ତୋ ଶାଶୁ ଘର ହେବ ସ୍ୱର୍ଗ ପୁର

ତୋ ପାଇଁ ଦେବତା ହେବ ସ୍ୱାମୀ ତୋହର

ତୁ ଶିଶୁ ଶଶୁର ଙ୍କୁ ପିତା ମାତା ଭାବିବୁ

ମୋର ସଂସ୍କାର ନେଇ ଜୀବନେ ଚାଲିବୁ

କେବେ କାହା ସହ ଅନ୍ୟାୟ କରିବୁ ନାହିଁ

ଯିଏ ସବୁ ସହି ପାରେ ନାରୀ ହେବ ସେହି

ନାରୀ ଜନ୍ମ ତୋର ସାର୍ଥକ କରିବୁ

ତୋ ମଥାରେ ସିନ୍ଦୁର ନାଇଁ ଖୁସିରେ ଥିବୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics