STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

କୁରୁକ୍ଷେତ୍ର

କୁରୁକ୍ଷେତ୍ର

1 min
170

ଜୀବନର କୁରୁକ୍ଷେତ୍ରେ ଆଜି ଚାଲିଅଛି ଜୀଇଁବା ପାଇଁକି ପ୍ରତିସ୍ପର୍ଦ୍ଧା

ସଭିଏଁ ତ ଏକଇ ଏକଇ ମହାବଳୀ - ମହାରଥୀ - ମହାଯୋଦ୍ଧା ।


ଏକ ଆରେକ ଠାରୁ ବଳିୟାର ଛାଡ଼ନ୍ତି ଆସ୍ଫାଳନେ ରଣହୁଙ୍କାର

ଆୟୁଧ ହସ୍ତେ ଧରି ସାରା ଜଗତ ସହିତ ଲଢ଼ିବାକୁ ଜାଗତିଆର।


ନୀତି ଆଦର୍ଶ ସତ୍ଯ ଧର୍ମ ନ୍ଯାୟର ନାହିଁ ତିଳେ ମାତର ବିଚାର

ଶାମ ଦାନ ଦଣ୍ଡ ଭେଦେ କେବଳ ଜିତିବା ହିଁ ଜିତିବା ଦରକାର ।


ଇର୍ଷା ଦ୍ବେଷ ହିଂସା ଅହମିକା କୂଟ କପଟ ସବୁ କିଛି ଏଠି ବୈଧ

ଛଳ ବଳେ କରିବାକୁ ଶୀର୍ଷ ସ୍ଥାନ ଅଧିକାର ଏକାନ୍ତ ଆବଶ୍ୟକ।


ସଂଖ୍ୟା ଅଟଇ ମାନକ ପାରଦର୍ଶିତା ଯୋଗ୍ୟତାର ମାପକାଠି

ଗୁଣାତ୍ମକ ପରାକାଷ୍ଠାକୁ ସଂଖ୍ଯାର ଗଣିତ ଦେଖାଏ ଆଙ୍ଗୁଠି ।


ଜାତି ବୃତ୍ତି ପ୍ରତିପତ୍ତି ସବୁ ଲାଗିଛି ବାଜି ଜୀବନ ଦ୍ଯୁତକ୍ରୀଡାରେ

ହାର୍ ଜିତ୍ ଫଇସଲା କରିବା ନ୍ଯସ୍ତ ହୋଇଛି ସମୟ ହସ୍ତରେ।


ଯୁଗ ଯୁଗର ଆସ୍ଥା ବିଶ୍ବାସ ଧର୍ମର ସଂଜ୍ଞା ଯାଉଛି ବଦଳି କ୍ଷଣିକରେ

ମୋକ୍ଷ ନିର୍ବାଣ ପରମାର୍ଥ ପ୍ରଶାନ୍ତି ପୁରୁଷାର୍ଥ ପ୍ରାପ୍ତି କେବଳ ବିଜୟରେ ।


ପରଖି ଚାଲିଛି ମଣିଷ ନିଜକୁ ନବ୍ଯ ବିବର୍ତ୍ତନବାଦର କଷଟି ପଥରରେ

ସଂଖ୍ୟା ଗରିଷ୍ଠ ହିଁ କେବଳ ତିଷ୍ଠିବ ଏଠି ସମୟର ଦୁର୍ଗମ ଚଲାପଥରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract