Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

JITENDRA CHANDRA SAHOO

Classics

3  

JITENDRA CHANDRA SAHOO

Classics

"ଫେରିଛି ବସନ୍ତ "

"ଫେରିଛି ବସନ୍ତ "

1 min
121



ଉନ୍ମାଦିତ ବୃକ୍ଷରାଜି ଜରାଜୀର୍ଣ୍ଣ ପତ୍ରରାଶି

ଲୋଟିଲେଣି ଧରା ପୃଷ୍ଠେ ହୋଇ ଦୁର୍ବଳ

ମଳୟ ମନ୍ଦ ଗନ୍ଧରେ ପ୍ରତି ଅଙ୍ଗେ ରୋମାଞ୍ଚିତ

 ବିବିଧ ରଙ୍ଗେ ଚିତ୍ରିତ ନବ ପଲ୍ଲବ ଦଳ ।


ରଚିବ ପଞ୍ଚମ ତାନ କୋକିଳ ଚଳ ଚଞ୍ଚଳ

ସଙ୍ଗେ ହଳଦୀ ବସନ୍ତ ନୟନେ ଲେପି କଜ୍ଜଳ

ବକୁଳ ବ‌ଉଳ ଦଳେ ହୋଇଣ ସଙ୍ଗତେ ମେଳ

ସ୍ଵାଗତଂ ଋତୁ ରାଜ ଆସ ହେ ମହୀ ମଣ୍ଡଳ ।


ରଙ୍ଗ ବେରଙ୍ଗ ଅବିର ଫଗୁଣ ଫଗୁର ମେଳ

ଦୋଳ ମଣ୍ଡପରେ ବିଜେ ଯଶୋଦା ନନ୍ଦ ଦୁଲ୍ଲାଳ

ରଙ୍ଗେ ରଙ୍ଗ ପିଚକାରୀ ଅଙ୍ଗେ ଅଙ୍ଗେ ଦିଅ ବୋଳି

ପ୍ରିତୀ ପ୍ରେମେ ବିମୋହିତ ବୃଦ୍ଧ,ବନୀତା,ଆବାଳ ।


ତୁମ ନାମେ କବିକୁଳ ଲେଖନୀ ଚଳଚଞ୍ଚଳ

ଶବଦେ ଶବଦ ମେଳ କରାନ୍ତି କାଗଜେ ଖେଳ

ଆସ ଆସ ଋତୁ ରାଜ ସୁସଜ୍ଜିତ ଏ ମଣ୍ଡଳ

ତୁମ ପଥ ଚାହିଁ ଅଛି ସଜୀବ ବଡ଼ ବ୍ୟାକୁଳ ।


Rate this content
Log in

Similar oriya poem from Classics