STORYMIRROR

Prafulla Das

Classics

3  

Prafulla Das

Classics

ମୋ ପାଇଁ ଘର

ମୋ ପାଇଁ ଘର

1 min
146


 ଏମିତି ଦେଖିଲେ ଘର

 ନଡା ନଇ ବାଉଁଶ ପାତିଆ ଧାର 

 କେରଟର ଛନ୍ଦା ଛନ୍ଦି ଛାତ

 ଲିପା ପୋଛା ଝୋଟି ପକା କାନ୍ଥ

 ମୂକସାକ୍ଷୀ କେତେ ପୁରୁଷର

ଅଛି କି ନାହିଁ ଯେଉଁଠି ବି ଥାଉ !

ଆକାଶର ଆର ପାଖେ ସରଗପୁର

ନାହିଁ ଏଠି କାରୁକାର୍ଯ୍ୟ କଳା କାରିଗର

ଏଠି ନାହିଁ ଦିଅଁ ଗଢ଼ିଵାର

ଆତଯାତ କେତେ ଚଳନ୍ତି ଠାକୁର

ସଵୁ ପୂଜା ସବୁ ଉପଚାର

ପିଠା ପଣା ଭାତ ଡାଲି

ସୁଆଦିଆ ମହାପ୍ରସାଦର

 ଗୋଟିଏ ସୂତାରେ ଗୁନ୍ଥା ସ୍ୱପ୍ନ

 କେତେ ମୋତି ମାଣିକର

ବଉର ପଣତ କାନି

ଆମ ଘର ମନ୍ଦିରର ନେତ

ଏମିତି ଦେଖିଲେ ଘର

 ନଡା ନଇ ବାଉଁଶର ଛନ୍ଦା ଛନ୍ଦି ଛାତ


ଏମିତି ଦେଖିଲେ ଘର !

 ସମ୍ପର୍କଟା ଯୋଡ଼ା ଯୋଡ଼ି

ଇଟା ବାଲି ପଥରର ???

 ଅବିଶ୍ୱାସର ପଥର ପଡୁଥାଉ

 ସହି ବାକୁ ସଂସାରେ କରିଅଛି ଘର

 କବାଟ ଝରକା ଖୋଲାଥାଏ

 ସେମିତି ସାଇତା ପେଡିରେ କନା

 ମହ ମହ ଵାସୁଥାଏ କର୍ପୂର 

 ଦାଣ୍ଡରେ ପଡ଼ି ହାଟରେ ଗଡେ 

 କେତେ ଦେଖା ସିଖା କଥା

ହାଟରେ ଵାଟରେ

ଫିଟେ ନାହିଁ ଫିଟି ନାହିଁ ଘରର ଗୁମର


ବଢି ତାଡେ , ପବନ ଉଡେ

 ପଇଁତରା ମାରେ ଖରା , ବର୍ଷା ଵିଗିଡେ

 ପାହାଡ ରଡେ , ଉଠି ଵସେ ଘର

ପକ୍ଷୀ ଫେରେ ନୀଡେ

 ହାତ ଠାରି ଡାକେ ଥାଏ ମୁଁ 

 କାହିଁ କେତେ ଦୂରେ , ପ୍ରାଣ ପକ୍ଷୀ ଝୁରି ମରେ

କେଵେ କଳାପାଣି କାରାଗାରେ

 ସୁରଟର ସୂତା କଳ କାରଖାନା ଘରେ

 ଦୁଆରେ କଳସୀ ବସେ , ସିନ୍ଦୂର ଗାରେ

 କୁଲା ଫୁଲ ଘିଅ ଦୀପ

 ନୂଆ ମଣିଷକୁ ସିଏ ସ୍ୱାଗତ କରେ

 ଖଇ କଉଡ଼ି ଅଵିର ଚନ୍ଦନ

 ପିନ୍ଧି ମୁଁ ଯେବେ ଯିବି ଫେରି

 ଶୂନ୍ୟରୁ ମହା ଶୂନ୍ୟ ଆଉ ଏକ ଘର

 ମୁଁ ଫେରିବି ନୂଆ ରୂପ ନେଇ

 ଏମିତି ଦେଖିଲେ ଘର

 ଖାଲି ଛାଞ୍ଚ ରକ୍ତ ମାଂସ ହାଡ଼

ମୋ ଛାଇ ନୁହେଁ ମୋ ନିଜର।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics