STORYMIRROR

Prafulla Das

Classics

3  

Prafulla Das

Classics

ଅକ୍ଟୋବର

ଅକ୍ଟୋବର

1 min
117


     ଅକ୍ଟୋବର ମାସ ର

     ଏକ ରଂଗ ଅଛି

 ଧଳା ଧଳା କାଶତଣ୍ଡି ପରି

 ହଳଦିଆ ପରି ଶେଷ ଜହ୍ନି ଫୁଲ

 ମଳେମଳେ  ପାଚି ଆସୁଥିବା

      ଧାନକ୍ଷେତ

  ଏବେ ଯାର ଚାଳିଶ ଵୟସ ।


 ଅକ୍ଟୋବର ମାସର

  ଏକ ବାସ୍ନା ଅଛି

 ପାଲଟା ଶାଢ଼ୀ ସେ ଗଲା ରାତିର

 ଯାହା ମୋ ଏକାନ୍ତ ନିଜର

 ଶୁଖି ଆସୁଥିବା  ଗାଁ ଦାଣ୍ଡ ରାସ୍ତା ମାଟି

  ଯିଏ  ଆକ୍ତାମାକ୍ତା ଭିଜିଭିଜି

   ଦୀର୍ଘ  ଚାରି ମାସ  ।


ମୋତେ କରିଚି ଵିଵସ ଉଦାସ

 ଵହୁ ଦିନ ତଳେ ସ୍ମୃତି ର ପାଖୁଡା ଖୋଲେ

 ଓଦାଓଦା ଧୂଆଁ ଳିଆ  ଏଇ ନଈ ବଂଧ

 ସାଵଜା ଘାସ ର ସରୁସରୁ ପାଦ

  କୁହୁଡି ର ଧାର

 ତା ଓଠର ମହୁଫେଣା

 ନ ଛୁଇଁ ଵି ଵିଧଗ୍ଧ ବିରୁଡି ମାନେ

 ହୁଅନ୍ତି କ୍ଷତାକ୍ତ  ,

 ତା ଦୃଷ୍ଟି ର ଗାଢ଼ ନୀଳ ଦରିଆର

 ଢେଉ ପରି ଭ୍ରୁଲତା ନଚାଇ  

 ମୋ ଛାତି ର ବେଳା ଭୂମେ

  କେତେ କେତେ କରିଚି ଆଘାତ  

 ସ୍ମୃତି ର ଶାମୁକା ସାଉଁଟୁ ଚି ହୋଇ ମୁଁ ରକ୍ତାତ

   କାରୁଣ୍ୟ ପାଲଟେ କାକର

   ଅତୀତ ଟା ଏବେ ଧୋବ ଫର ଫର

   କୋହ ସବୁ  କୁହୁଡି ର ଘର  ।


 ଅକ୍ଟୋବର ମାସ

 ପରିଚିତ ପୂଜା ଛୁଟି

  ସାମୟିକ ହଷ୍ଟେଲ ଵଂଧ

 ଚାଲି ଚାଲି କଦବା ରିକ୍ସା ଟିଏ ହୁଡ଼ଟଣା

  ଛୁଇଁ ଵି  ପାରେନା ଛୁଇଁ ଥିଵି ବୋଧେ

  ତମେ ଏତେ ମୋ ପାଖରେ

  ଅକ୍ଟୋବର ମାସରେ ଵି  

  ଆଷାଢ଼ ର ଓଅଳି ପଡ଼ି ଥିବା 

 ମେଘ  ପରି ମୁହଁ କାଂଦ କାଂଦ

  ଆଢୁଆଳେ ମୁଁ କଣ ପୋଛି ନି କି ଲୁହ

  ତମେ ଯେମିତି ଓଢଣୀ ରେ

  ଚାପୁ ଥାଅ କୋହ  


ଵଡିଲା ନଈ ପରି ସେତେବେଳେ

ମନ ବି ତୁମର

ତା ପରେ ଦଳ ଦଳ ପକ୍ଷୀ

ହେଵେ ଆଗମନ

ଶିକାରୀ ବି ହେବ ସଜବାଜ

ସୁହାଗ ସମ୍ଭୋଗ ସଂସାର

କିଚିରି ମିଚିରି ସ୍ୱରେ

ତୁମ ମନ ନଳଵଣ


ଆପଣା ଆକଶ କୁ ପରକରି

ଉଇଁ ଆସେ ଜହ୍ନ

ସବୁଠୁ ଉଜ୍ଜ୍ବଳ

ବର୍ଷ ପରେ ବର୍ଷ

ପୁଣି ଅକ୍ଟୋବର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics