Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Das

Tragedy

4  

Prafulla Das

Tragedy

୭.୮ ତୀବ୍ରତା

୭.୮ ତୀବ୍ରତା

1 min
372



  ଫେବୃଆରୀ ୬ ତାରିଖ ତୁର୍କୀ ସିରିୟା ରେ ଭୟଙ୍କର

 ଭୂମିକମ୍ପ ରେ ନିହତ ଆହାତ ଙ୍କୁ ସମର୍ପିତ ।

 ସେଇ କୁନି ଝିଅ ଟି (ମରିୟମ ) ସାନଭାଇ (ଇଲାଫ୍ )

 ମୁଣ୍ଡରେ ହାତ ଦେଇ ସୁରକ୍ଷା ଦେବାର ହୃଦୟ ଵିଦାରକ ଦୃଶ୍ୟ ।

  ଵେଶ  ଅଝଟ  ହୋଇଥିଲୁ ସେଦିନ । ଇଲାଫ୍ ।

   ଵେସନୟା ବିସନେହ ( ସିରିୟା ର ଏକ ଗାଁ )

   ସେତେବେଳେ ଗୋଧୂଳି ର  

    ଅସ୍ତରାଗ ପୋଛି ଦେଇ

    ଅନ୍ଧାର ଆସୁଥାଏ ମାଡ଼ି

    ପଥୁରିଆ ଟାଙ୍ଗରା ଛାତି ରେ

     ପାଦ  କୁ  କଚାଡି

 ଧୂଳି ଧୂସର ଅଵୋଧ ସହୋଦର ଦେହ କୁ

  ଦେଇଥିଲୁ ଝାଡି

   ଉତ୍ତର ତୁର୍କୀ ତନୁ ରେ

   ତରଙ୍ଗିତ  ଶୀତ  ର ଲହରୀ  ।


  ମୃତ୍ୟୁ  ଜଗି ଵସିଥିଲା  

   ମାଟି ର  ଆଁ  ରେ

  କିଏ ଦୋହଲାଇ ଦେଲା ତାର ଛାତି

  ଶୋଇପଡିଥିଲା  ନିଝୁମ ନିଦରେ ସହର

    ଭାଙ୍ଗି ଗଲା ସ୍ୱପ୍ନ

    ଧ୍ୱଂସ  ସ୍ତୁପ ରେ ଭାରି ପାଦ ଚିହ୍ନ ।


   ତୋ  ମୁଣ୍ଡ ଉପରେ ଭଗ୍ନାବଶେଷ

   ଗିରି ଗୋବର୍ଦ୍ଧନ ପରି ତାର ଦୃଶ୍ୟ

    କୋଳରେ ତୋର  କୋମଳ ଶିଶୁ

    ମ୍ୟାରି  ଙ୍କ  କୋଳରେ ଯେମିତି ଯୀଶୁ ।


   ସମ୍ମୁଖେ  ଦେଖି ଲୁ

   ମୃତ୍ୟୁ ରୂପ କେତେ କରାଳ

   ଭଗିନୀ ହୋଇ ତୁ ଦେଲୁ

     ମା ର କୋଳ

   ଜଗତ ଦେଖିଲା  ତୋର ସାହସ

    ମାତୃ ଶକ୍ତି ଯେଣୁ ଚିର ନମସ୍ୟ  



Rate this content
Log in

Similar oriya poem from Tragedy