STORYMIRROR

Prafulla Das

Abstract

4  

Prafulla Das

Abstract

ତିନି ମାଙ୍କଡ଼ ର ଦେଶ

ତିନି ମାଙ୍କଡ଼ ର ଦେଶ

1 min
220


    ଉଠ ଗାନ୍ଧୀ

 ଆଜି  ଆପଣଙ୍କ ଜନ୍ମ ଦିନ

 ବର୍ଷ ସାରା  ଅଗାଧୁଆ ଅପୋଛା

 ଧୂଳି ମଳି ଧୂଆଁ  ଅପରିଷ୍କାର ଅପରିଛନ

 ଗାନ୍ଧୀ ଛକର ଗାନ୍ଧୀଙ୍କୁ

 ଭୋର ଚାରିଟା ରୁ କୁଆ ପରି

 ଚାରି ଦିଗ କମ୍ପେଇ ସଜବାଜ କରି ଦେଲେ

  ନାଗରିକ ମଂଚ ସଂଘ ଗୋଷ୍ଠୀ ଦଳ

   ଯେତେକ  ସଚେତନ  ।।

 

  ସେତେବେଳେ ସ୍ୱଚ୍ଛତା ସାଉଁଟୁ ଥିଲା

  ପରିତ୍ୟକ୍ତ ପ୍ରେମର ର ମଉଳା ଫୁଲ

   ଦେଶର ମଥାରୁ  ଖସିପଡୁଥିବା

   ସ୍ୱାଧୀନତା ର  ଅଗରୁ ଚନ୍ଦନ

    ମହାତ୍ମା  ଆଜି ଆପଣଙ୍କ ଜନ୍ମ ଦିନ ।।

  

  ପାହାନ୍ତି ପବନ ରେ  ପହଁରି ପହଁରି ଭାସି ଖସୁଥାଏ

   ଶଙ୍ଖ ଧ୍ୱନି  ଅଜାଣ

   ଈଶ୍ବର ଆଲ୍ଲା ତେରୋ ନାମ

  ଲୋମ ଉଠୁଥିବା  ଚଢେଇ ଛୁଆ  

  ଆଧାର ପାଇଁ ପାଟି ଆଁ କଲା ପରି

  ବସ୍ତି  ର ପିଲାମାନେ ଚାହିଁ ଥିଲେ

   କେତେବେଳେ ହେବ ମିଷ୍ଠାନ ଵଣ୍ଟନ

    ବାପୁ ଆଜି ଆପଣଙ୍କ ଜନ୍ମ ଦିନ ।।


  ଏଥର ବାପୁ ଵାହାରିଲେ  ସାରା ସହର ପରିକ୍ରମଣ

   ସ୍ୱଛତା ର ପରିଭାଷା ସ୍ୱ ଚକ୍ଷୁରେ

   କରିଵେ ଦର୍ଶନ 

   

   ଜିଲ୍ଲାର ଜାଗିର ପାଇଥିବା

    ଜିଲ୍ଲାପାଳ ଆଉ ତାଙ୍କ ପ୍ରଶାସନ

    ଯେଉଁ ମାନଙ୍କୁ ଶୁଭେନି

    ହାରି  ଗୁହାରୀ ଧାରଣା

      ଅନସନ  

  କାନ ରେ ହାତ ଦେଇ ଵସିଥିବା

     ଗୋଟିଏ  ମାଙ୍କଡ଼ ପରି

    ଗାନ୍ଧୀଙ୍କୁ ହେଲା ଦୃଶ୍ୟମାନ  ।


  ଉପଵିଷ୍ଟ ହୋଇଥିଲେ

 ମହାଭାଗ ମହୋଦୟ ମହାଶୟ

 ଅଂଳକୃତ କରି ସୁ  ଉଚ୍ଚ ଆସନ

    ଜିଲ୍ଲା ନ୍ୟାୟଧିଶ

   ତାଙ୍କ  ମାଙ୍କଡ ପରି  

ଆଖିରେ  ଦେଇ  ହାତ

 ଧର୍ମ ର ଜୟ ହେଉ

  ଉଡୁ  ଥିଲା  ନେତ ।।


ତୃତୀୟ  ମାଙ୍କଡ ପରି

 ପାଟିରେ  ହାତ ଦେଇ

  ଚୁପ ହୋଇ ଵସିଚି  କିଏ ???

   ଗାନ୍ଧୀଙ୍କ ର ଵାରମ୍ବାର

    ପ୍ରଶ୍ନ  ଵାଣ  

 ହୋଇ ପାରେ ସେ ଜଣେ ନୀରିହ ଜନସାଧାରଣ

       କିଵା ଆମ  ଗୁଣିଜନ

   କିମ୍ବା  ଗଣମାଧ୍ୟମ  

 ଅଥବା ଵିରୋଧୀ ଭାବେ ଯାହାକୁ

   ପଠେଇ ଥିଲୁ  ସଂସଦ ସଦନ


  ଆପଣଙ୍କ ସ୍ୱପ୍ନର ସ୍ୱରାଜ୍ୟ

   ସମ୍ପୂର୍ଣ୍ଣ  ସ୍ୱାଧୀନତା ର ସୂର୍ଯ୍ୟ

    ଉଇଁ ବାକୁ  ବାକି ଅଛି

     ଆହୁରି  ଅନେକ ଦିନ

   ମୋହନ  ଦାସ

  ଆଜି  ଆପଣଙ୍କ ଜନ୍ମ ଦିନ  ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract