ଏକ ସରଳ ନିୟମ ଟିଏ
ଏକ ସରଳ ନିୟମ ଟିଏ
ଏବେ ଵି ବର୍ଷା ହେଉଛି
ଯେଉଁ ପଡିଆ ଵିଲରେ ଖରା
ଡିଆଁ ବାଗୁଡି ଖେଳୁଥିଲା
ସେଠି ଶ୍ୟାମଳ ଦୁର୍ବାଦଳ ର
ଦରି ଟିଏ କିଏ ପାତି ଦେଇଛି
ଅନାଵନା ଗଛ ଘାସ ଲତା ଗୁଳ୍ମ
ମାନଙ୍କ ରାଜୁତି ।
ଯେଉଁ ବାଟରେ ଖଣ୍ଡିଆ ଭୂତ
ଛୋଟ ପିଲା ଟେ ପରି
ଧୂଳି ବାଲି କାଠି କୁଟା ରେ
ଚକା ଭଉଁରି ଖେଳୁଥିଲା
ସେଇ ବାଟ ଆଜି ଯୌବନ ରେ ପାଦ ଦେଇଛି
ସତରେ କେଢେ ଖସଡ଼ା ?
ଯେଉଁ ନଈର ହୃଦୟ ର ବାଲି କୁ
ଉଝାଳି ଦେଲେ ଝରଝର
ଝରି ଆସୁଥିଲା ସ୍ୱଛ
ପାଣି ର ଧାର
କେମିତି ତା ମନ ର ବଡ଼ପଣ ର ଵଢିପାଣି
ଅବିଶ୍ୱାସ ର ଭଉଁରି !
ଯେଉଁ ଘର ଦିନେ କୋଳାହଳ ରେ
ଫାଟି ପଡୁଥିଲା
ସେ ଘରେ ଆଜି ଅଜବ ନିରଵତା
ବର୍ଷା ଧୁଆ ଦଦରା କାନ୍ଥ ଟେ ଭଳି
ପଡ଼ି ରହିଛି ଵୁଡା ଜଣେ
ଛିଣ୍ଡା କନ୍ଥା ଭଳି ଵୁଡି ଟିଏ ।
କେଇ ଦିନ ର କଥା
କେମିତି ଵଦଳି ଯାଏ ଚିତ୍ର ପଟ
ଚରିତ୍ର ମାନଙ୍କ ସ୍ୱଭାବ
କାହିଁକି ବୁଝି ପାରେ ନା ?
ମଣିଷ ପ୍ରକୃତି ର
ଏହି ସରଳ ନିୟମ ଟିକୁ ।