ଶୀତ ରାତି
ଶୀତ ରାତି
ଦୁଃଖ ପରି ଦୀର୍ଘ
ଶୀତ ରାତି
ଦଦରା ଛିଣ୍ଡା କନ୍ଥା ଫାଙ୍କରେ
ଜାଡ଼ ଜଡାଉଥାଏ ଯନ୍ତ୍ରଣା
ଦହଗଞର କାଲୁଆ ପବନ
ଦୋହଲାଇ ଦିଏ
ଛାତି ର ପଞ୍ଜରା ।।
କୁଂକୁରି କାଂକୁରି କୋହ ସବୁ
ଫଟା କମ୍ବଳ ତଳେ
କାକୁତି ମୀନତି କରୁଥାଏ
ଟିକିଏ ଆସରା
କାକର ଭଳି ଲୁହ ସବୁ
ଭିଜାଉଥାଏ ଖୋଲା ଆଖି ପତା
ହେମାଳ ର ହୃଦୟ ଟା
ହିମ ପରି ଜମାଟ
ନାହିଁ ଛଳଛଳ
ପାଣି ପରି ଭାବପ୍ରଵଣତା ।।
ସୁଖ କୁ ଶିକୁଳିରେ ବାନ୍ଧି
ସ୍ୱପ୍ନ ର ଶଵ କୁ
କାନ୍ଧେଇ ମୁଁ
ଚାଲି ଥାଏ ସାରାରାତି
ମିଞ୍ଜି ମିଞ୍ଜି ଜଳୁଥାଏ
ଆଶା ଟିକେ
ଠଣାରେ ଲିଭୁଥାଏ ଵତୀ ।।
ଦୁଃଖ ର ଦରିଆ ରେ
ଦହନୀୟତା ର ଦଦରା ଡ଼ଂଗା ଟି
ଦାରୁବ୍ରହ୍ମ ହୋଇ ଭାସୁଥାଏ
ସ୍ୱପ୍ନାଦେଶ ପ୍ରତୀକ୍ଷା ରେ
ପାହିଯାଏ ରାତି ।।
