STORYMIRROR

Prafulla Das

Comedy

3  

Prafulla Das

Comedy

ଶୀତ ଓ ସ୍ତ୍ରୀଲୋକଟି

ଶୀତ ଓ ସ୍ତ୍ରୀଲୋକଟି

1 min
19

ବର୍ଷା ର ଦୁମୁଦୁମୁ ଚାଲି

ସହିଯାଏ ମାଟି

ଖରା ର ନାଲି ଆଖି

ଆଦରି ନିଏ ଆକାଶ

କିନ୍ତୁ ଶୀତ ର ଦାନ୍ତ କଡ଼ମଡ଼

ଥରାଇ ଦିଏ ନଈର ଛାତି

ଅଭାବୀ ମଣିଷ ର ରାତି ।।


ଭୋର ଚାରି ଟା

ମାଇକ ନ ବାଜି ଲେ ନିଦରୁ ଉଠନ୍ତି ନାହିଁ

ଆଲ୍ଲା କି ଈଶ୍ବର

ଟୁପଟାପ ଶୁଭୁଥାଏ କାକର ଭିଜା ପତ୍ର ମାନଙ୍କ ସ୍ୱର

ଘୁଂଗୁଡି ମାରୁଥାଏ ସାରା ଘର ।


ବିଛଣା ଛାଡେ ସ୍ତ୍ରୀ ଲୋକ ଟି

ସେଥା ପଡ଼ି ଥାଏ ଜହ୍ନ ର ମୁହଁ

କବାଟ ଖୋଲେ

ଦମକାଏ କାକର ଭିଜା ଥଣ୍ଡା ହ୍ଵାଆ

ସକାଳ ର ଶ୍ୱାସ ରୁଦ୍ଧ କରେ

ଅଢ଼େଇ ହାତ ର ଖଣ୍ଡେ ଚାଦର

ଦେହରେ ଗୁଡେ଼ଇ

ଶୀତ କୁ ଆଡେ଼ଇ

ସଜିଲ କରେ ସକାଳ ର ପାଇଟି


ଘର ଯାକ କାମ ସବୁ

ଖୁଜୁରୁ ବୁଜୁରୁ ହୁଅନ୍ତି ତା ହାତ ପାପୁଲି ରେ

ନିର୍ମୂଳି ଲତା ପରି

ଦାୟିତ୍ୱ ମାଡ଼ି ଥାଏ ଦେହ ସାରା ତାର

ରାତି ସାରା ଵତୁରା

ଆଣିନିଶ୍ୱାସୀ ବିରି ଚାଉଳ

କଷଣ ର ଶିଳ ରେ ପେସି ହୁଏ

ତାର ପ୍ରଥମ ସକାଳ ।।


ଅଇଁଠା ବାସନ ମାଜୁମାଜୁ

ତେଲ ଚିକିଟା ଛଡେଇ ଲା ଭଳି

ଝାଡି ଦିଏ ଦେହରୁ ଅଳସ

କିମ୍ବା ଗୋବର ପାଣି ଛୁଞ୍ଚିଲା ଵେଳେ

ଗୋରୁ ଗୁହାଳ ପୋଛି ଲା ବେଳେ

ନାଗୁଆଣି ଜାଳ ଚୁଲି ମୁଣ୍ଡ ରେ

ସଜ କଲା ଵେଳେ

ତା ହାତ ର ରୁଣୁଝୁଣୁ ଚୁଡି ଶବ୍ଦ ପରି

ଵାହୁନୁ ଥାଏ ଦୁଃଖ

ଅଲୁଗୁଣି ରେ ଲୁଗା ଟାଂଗି ଲା ଭଳି

ପିଜୁଳି ଗଛରେ

ଝୁଲୁ ଥାଏ ଦହଗଞ୍ଜ ।।


ଓଦା ସରସର ହୋଇ

ଠାକୁର ଘରକୁ

ପସି ଆସିଲା ବେଳକୁ

ସିନ୍ଦୁରା ଫୁଟାଉ ଥାଏ ଆକାଶ

ଘର ଛାଡୁଥାଏ ଦୀର୍ଘ ଶ୍ୱାସ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy