STORYMIRROR

Prafulla Das

Classics

3  

Prafulla Das

Classics

ବାପା ଏବେ ଛୋଟ ପିଲା

ବାପା ଏବେ ଛୋଟ ପିଲା

1 min
158


   ସାଠିଏ ଠିକ୍ ଥିଲା

    ସତୁରି ପୁରିଲା

   ବାପା ଏବେ ଛୋଟ ପିଲା  

  ଭାଙ୍ଗି ଦେଲା କିଏ

  କଣ୍ଢେଇ ଘର

  ଅଝଟ  ଶିଶୁ ଟେ ପରି

  ଭୋ ଭୋ  କାନ୍ଦୁ ଥିଲେ

  ବଉ  ଯେଉଁ ଦିନ ଗଲା

  ବାପା  ଏବେ ଛୋଟ ପିଲା ।।


  ଛତିଶ ସାଇଜ  ପେଣ୍ଟ

  ଡ଼ଵଲ ଏକ୍ସେଲ ସାର୍ଟ 

  ଆଲଣା ରେ  ଅଲନ୍ଦୁ ଲାଗୁଛି

  ଆଜି  ସେ  ଅଲୋଡ଼ା

  ଆଇରନ ଭାଂଗ  ଲିଭିଗଲା

   ବାପା  ଏବେ  ଛୋଟ ପିଲା  ।।


  ଚଟାଣ  ପରି  ଛାତି

  ଯେଉଁଠି  ବର୍ଷା ଖରା ତାତି

   ଦୁଃଖ ଯନ୍ତ୍ରଣା ର  ରାତି

     ହୁଏ  ଚୁରମାର

   କାଚ ଖଣ୍ଡ  ପରି

ଅଚଳ  ମହାମେରୁ  ଚାଲେ

ଆଜି  କହା ହାତ  ଧରି

 ବାହୁଡା  ବସନ୍ତ ପରେ

  ଶାଳ ଗଛୁ  ପତ୍ର ଝଡି ଗଲା

  ବାପା ଏଵେ ଛୋଟ  ପିଲା ।।


କାହାକୁ  ସେ ହେଉଛନ୍ତି ଝୁରି

ଏ ଟି ଏମ  ପିନ  କୋଡ଼

   ଦିନ  ବାର  ସଂଜ କି ଦି ପହର

 ସବୁ  ଗଲେଣି  ପାସୋରି

 ଵୟସ ର  ବତାସ  ରେ

 ବର ଗଛ ଵାହୁ ଭାଂଗି ଗଲା

 ବାପା  ଏବେ  ଛୋଟ ପିଲା ।


 ନିଦ  ଏବେ ନଇଁ  ପଡି

 ଅଣ୍ଡାଳୁଛି  ବିଛଣା  ଚାଦର

 କେତେବେଳେ  ପଡୁଛନ୍ତି  ଶୋଇ

  କେବେ  ରାତି  ଉଜାଗର

  କାହାସହ  ହୁଅନ୍ତି ସେ  କଥା

   ଅସ୍ଫଷ୍ଟ  ସେ  ସ୍ୱର 

   ଦୁଆର  ଆଉଜା

   ଝରକା ଟା  ଖୋଲା

ଵାପା  ଏବେ ଛୋଟ  ପିଲା  ।।


ଏ  ଘର ମନ୍ଦିର

  ଦେବତା ସେ

  ଯହିଁ ବୋଉ  ବାଡେ

  ନିତି  ଭୋଗ ଡାଲା

  ଦାରୁବ୍ରହ୍ମ  ଆଜି  ବାଳକୃଷ୍ଣ

 ବାପା  ଏଵେ  ଛୋଟ  ପିଲା  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics