STORYMIRROR

Binata Mohanta

Classics

3  

Binata Mohanta

Classics

ଏତିକି ଅଭିପ୍ରାୟ

ଏତିକି ଅଭିପ୍ରାୟ

1 min
133

ଯଦି କେବେ ଜୀବନର

ଜଞାଳରୁ  ଫୁରସତ୍ ମିଳିବ

ସେଥିରୁ ଟିକିଏ ସମୟ 

ମୋ ପାଇଁ ବାହାର କରିବ

ସାଥିରେ ମୋବାଇଲ ଅବା 

ଖବର କାଗଜ ନଥିବ

ମୋ ସାଥୀରେ ବାଲକୋନୀର

ଦୋଳିରେ ବସିବ 

ପୂର୍ବ ଭଳି ମୋ ମଥାରେ 

ହାତ ବୁଲାଇ ଆଣିବ

ମୋତେ ଆଦରରେ ଥରେ

ପାଗଲୁ ବୋଲି ଡାକିବ ।। 

ଯଦି କେବେ ଜୀବନ ଜଞାଳରୁ

ଫୁରସତ୍ ମିଳିବ 

ତମେ କିଛି କହିବ, ମୁଁ କିଛି କହିବି

ନିଜ କଥା କହି ଶୁଣି 

କେବେ ହସ କେବେ ଲୁହ ପୁଣି

ସାଙ୍ଗ ହୋଇ ପୋଛିବା

ପ୍ରେମର କିଛି ଆଳାପ ସହିତ

ଖଟାମିଠା ସ୍ମୃତି ବଖାଣିବା 

ସମୟ ସୁଅରେ ବିତିଗଲା ଦିନ

ଆଉ ହଜିଗଲା ବୟସର

ହିସାବ ସାଥି ହୋଇ କରିବା ।। 

ଯଦି କେବେ ଜୀବନ ଜଞାଳରୁ

ଫୁରସତ୍ ମିଳିବ 

ସେହିଦିନ ସବୁ କେମିତି ଥିଲା

ନିଜ ନିଜ ବ୍ୟସ୍ତତାକୁ 

ଦୁହେଁ ବଖାଣିବା 

ସଂସାରର ଅଙ୍କା ବଙ୍କା ରାସ୍ତାରେ

ପଥ ଚାଲୁଚାଲୁ

କେତେ କ'ଣ ପାଇଲେ 

ଆଉ କ'ଣ ହରାଇଲେ

ଯାତ୍ରାର ଅନୁଭବ 

ନିଜ ସାଥେ ବାଣ୍ଟିବା  ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics