ସପନର ଦୁନିଆ
ସପନର ଦୁନିଆ
ଏ ରଙ୍ଗୀନ ଦୁନିଆଁ ସପନର ଦୁନିଆଁ
ଆମେ ସବୁ ତା ପାଶେ ନାୟକ ନାୟିକା,
ଭାବବିହ୍ୱଳର ଅବାସ୍ତବତା ରଚିଦିଏ ସପ୍ତାଶ୍ଚର୍ଯ୍ୟ
ମହଲ ପରି ସୌନ୍ଦର୍ଯ୍ୟ ଭରା ସପନ
ସବୁବେଳେ ସାଉଁଟୁଥାଏ ସୁଖର ଆସ୍ତରଣ,
ସଂସାର ଜଞ୍ଜାଳର ଗଭୀରତମ ଖାତ ଭିତରେ
ରହି ସାଜିଯାଏ ସପନ ଦୁନିଆଁ ର ସୌଦାଗର
କିଛି ଦୁଃଖ ଓ କିଛି ସୁଖ ର ସମ୍ମୋହନରେ,
କିଏ ବା ଜାଣେ କେତେବେଳେ ସୁଦୃଢ ଥିବା
ବନ୍ଧ କେତେ ବେଳେ ଭାଙ୍ଗିଯିବ
ଦୁଃଖର କଷଣକୁ ସହୁ ସହୁ ସୁଖ ଝରକା ପାଖରେ
ହାତଠାରି କହୁଥିବ ହେଇ ଦେଖ ମୁଁ ଆସିଛି
ସୂରୁଜଙ୍କ ଲାଲିମା କିରଣ ବିଛାଡି ରହିଯା ଥରେ
ପରଖି ନେ ଥରେ ତୋ ମନ ଓ ହୃଦୟ
ବାୟା ବସା କେବେ ଭାଙ୍ଗିବ ନାହିଁ
ଟଳମଳ ହେଲେ ବି ସେ ଦୋହଲୁଥିବ
ପ୍ରଭୁଙ୍କ ଭରସାରେ ଥରେ ହାତ ଟେକି ଦେଇ
ସପନର ଦୁନିଆରୁ ବାସ୍ତବତାକୁ ଆସି ଦେଖ୍
କାହାର ରାଜୁତି ଚାଲିଛି ଏଠି, ସମସ୍ତେ ଏଠି
ସ୍ବପ୍ନର ଗଭୀରତମ ଖାତ ମଧ୍ୟରେ ପଡି
ଛଟପଟ ହେଉଛନ୍ତି, ନେ ଥରେ ବିଭୁନାମ
ସ୍ବପ୍ନିଳ ଆଶାର ଆଲୋକ ବୁଣି ଦିନେ
ଆସିବ ଭସାବାଦଲ ସାଥେ ବିଜୁଳିର ଆଲୋକ
ବରଷାର ଅୟମାରମ୍ଭରେ ହେବି ମୁଁ ଯେ
ନବ କଳେବର,ପରଖି ନେବୁ ତୋ ଭାବନା ରାଜ୍ୟରେ
ପ୍ରଥମ ସ୍ବରକୁ,ସପନର ଦୁନିଆଁ ରେ ବି ମୁଁ
ଥିବି କାୟା ବିସ୍ତାର କରି, ମୁଁ ହିଁ ସର୍ବଜ୍ଞାତା, ବିଶ୍ଵନିୟନ୍ତା
ଜୀବନର ସବୁ ଖୁସି ମୋ ପାଇଁ ହେଉଛି ଅଜାଡି,
ମୁଁ ହିଁ ସ୍ବପ୍ନ, ମୁଁ ହିଁ ବାସ୍ତବ ରୁପ ଦେବାର ମାଲିକ
ମୋ ବ୍ୟତିରକେ ନାହିଁ କେହି ଆନ ମୁଁ ବି
ଏ ସପନର ଦୁନିଆଁର ଆଲୋକ ରେଣୁ
ମୁଁ ବି ଏ ସଂସାରର କଷୋଟି ପଥର ସୌଦାଗର।
