STORYMIRROR

Kalpana Satpathy

Classics Inspirational

3  

Kalpana Satpathy

Classics Inspirational

ରଙ୍ଗ ତୂଳୀରେ ଜଗନ୍ନାଥ

ରଙ୍ଗ ତୂଳୀରେ ଜଗନ୍ନାଥ

1 min
133

ହେ ବିଶ୍ଵନିୟନ୍ତା ତୁମେ ବିଶ୍ଵ କାରିଗର

ତୁମ ରଙ୍ଗ ତୁଳୀରେ ଗଢା ଏହି ବିଚିତ୍ର ସଂସାର।


ସୁନୀଳ ଆକାଶ ଆଉ ଏ ସୁ ଉଚ୍ଚ ପର୍ବତ

ସବୁଜ ବନାନୀ ଆଉ ଏ ନଦୀ ସାଗରର ଗର୍ଭ।


ନିଜ ହାତେ ନିଜେ ନିଜକୁ ଗଢିଲ

ତୁମ ରଙ୍ଗ ତୁଳୀ ରେ ଇନ୍ଦ୍ରଧନୁରେ ସପ୍ତରରଙ୍ଗ ଦେଲ।


ତୁମ ପରି ଚିତ୍ରକର ଆଉ କେହି ନାହିଁ

ପ୍ରେମର ରଙ୍ଗତୁଳୀ ରେ ସବୁ ଦେଇଛ ଗଢାଇ।


ପ୍ରେମ ରସେ ରାଧା ତୁମ ଛବି ନିତି ଆଙ୍କୁଥିଲେ

ହୃଦୟ ବଲ୍ଲଭ ଙ୍କୁ ନିତି ନିତି ଦେଖୁଥିଲେ।


ତୁମେ ତ ଛଳିଆ ଏ ସଂସାର ଚିତ୍ରକର

ତୁମପରି ବିନ୍ଧାଣି ଆଉ ଅଛି ତ କିଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics