STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ପ୍ରଭୁ ତୁମେ ସାହା ହେବ

ପ୍ରଭୁ ତୁମେ ସାହା ହେବ

1 min
130


ତୁମ ବିନା କିଏ ପ୍ରଭୁ ନିଜର ମୋର

ସୁଖ ଦୁଃଖ ଜାଣୁ ଅଛ ହୃଦୟେ ମୋର

ତୁମ ବିନା କିଏ ?


କିଏ ଆଉ ମୋର ମନକୁ ବୁଝିବ

କଷ୍ଟ ପଡିଲେ କିଏ ପାଖକୁ ଆସିବ

ରାଗି ଯାଇଥିଲେ ଶାନ୍ତ କରିନେବ

ମୋ ମନ ଜାଣି ସବୁ ଆଣିଦେବ

ତୁମ ବିନା କିଏ ସାହା ହେବ ମୋର

ତୁମ ବିନା କିଏ?


ମିଛ ସଂସାରରେ କିଏ ବା ମୋହର

କିଏ ଆଉ ବୁଝିବ ମୋହର ଅନ୍ତର

ହସ ଫୁଟାଇବ କିଏ ମୋର ଅଧର

କାହା ପାଇଁ ଜୀବନ ହୋଇବ ସୁନ୍ଦର

ତୁମ ବିନା କିଏ ପ୍ରଭୁ ଅତି ଆପଣାର

ତୁମ ବିନା କିଏ ପ୍ରଭୁ ନିଜର ମୋର?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics