STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ସ୍ୱାଭିମାନ

ସ୍ୱାଭିମାନ

1 min
422


ସ୍ୱ-ଅଭିମାନ ହିଁ ଆତ୍ମ-ସମ୍ମାନର 

ପ୍ରତିଶବ୍ଦ ଅନ୍ୟ ଅର୍ଥେ

ବ୍ୟକ୍ତିର ପରିଚୟ ଓ ମୂଲ୍ୟବୋଧ

ଗର୍ବ ଗରିମା ସହିତେ

ସାମାଜିକ ବା ସାଂସ୍କୃତିକ ପ୍ରସଙ୍ଗେ 

ଆତ୍ମ-ମୂଲ୍ୟ ପରିଚୟ

ବ୍ୟକ୍ତିଗତ ଶସକ୍ତିକରଣ ପ୍ରାୟ

ମହତ୍ତ୍ଵ ଧାରେ ନିର୍ଣ୍ଣୟ

ନିଜ ପ୍ରତି ଦୃଢ଼ ବିଶ୍ୱାସ ସହିତ 

ଗର୍ବ ଆତ୍ମ ସମ୍ମାନର

ନିଜ କ୍ଷମତା,ଯୋଗ୍ୟତା,ନୈତିକତା

ଭାବନା ହୃଦେ ଆଧାର

ନିଜ ମୂଲ୍ୟ ଓ ସିଦ୍ଧାନ୍ତରେ ବିଶ୍ଵାସ

ପ୍ରାୟତଃ ଅଟଳ ସ୍ଥିତି

କୌଣସି ପ୍ରକାର ବିରୋଧ ପ୍ରସଙ୍ଗ

ସହ୍ୟ ହୁଏନି ସମ୍ପ୍ରତି


ସ୍ଵାଭିମାନୀ ବ୍ୟକ୍ତି ପ୍ରାୟତଃ ଗମ୍ଭୀର

ନିଜ ବିଚାର ଶୈଳୀରେ

ଆତ୍ମନିର୍ଭରଶୀଳ ମନୋଭାବର

ତତ୍ତ୍ଵ ଜାଗେ ହୃଦୟରେ

ସକାରାତ୍ମକ ଅବା ନକାରାତ୍ମକ 

ମୂଲ୍ୟାଙ୍କନ ଆଧାରରେ

ସ୍ଵୟଂ ସ୍ଵାଭିମାନୀ ନିଜକୁ ପ୍ରସ୍ତୁତି

ନିଜସ୍ୱ ସିଦ୍ଧାନ୍ତ ଧାରେ

ଅତୀତ ବା ଭବିଷ୍ୟତ ବିଷୟରେ

ସ୍ଵାଭିମାନୀ ପ୍ରାୟ ସ୍ଥିର

ଅତୀତର ଅନୁଭୂତି ଶିକ୍ଷା ଧାରେ

ଭବିଷ୍ୟ ପନ୍ଥା ସୁସ୍ଥିର


ଘର ଗାଆଁ ରାଜ୍ୟ ରାଷ୍ଟ୍ର ନାମେ ପୁଣି

ଅଛି ସ୍ଵାଭିମାନ ଛାପ 

ସଂସ୍କାର ସଂସ୍କୃତି ପରମ୍ପରା ଧାରେ

ସ୍ୱାଭିମାନ ଅପରୂପ

ସ୍ୱାଭିମାନ ଶବ୍ଦ ଉହ୍ୟ ଅବସ୍ଥାରେ

ରାଜୁତି କରେ ଅସ୍ମିତା

ଅସ୍ମିତା ନାମରେ ପ୍ରଚାର ପ୍ରବଳ

କଥା କଥାରେ ଅସ୍ମିତା

ସ୍ୱାଭିମାନ ଓ ଅସ୍ମିତାର ଭାବାର୍ଥ

ପ୍ରାୟ ଅଟେ ଭିନ୍ନ ଭିନ୍ନ

ସ୍ଵାଭିମାନୀ ସାହିତ୍ୟିକ ବିଚାରନ୍ତୁ 

ଅସ୍ମିତା ନା ସ୍ୱାଭିମାନ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract