STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ଭାଗବତରେ ରାଜା ବେଣ

ଭାଗବତରେ ରାଜା ବେଣ

1 min
297


ଧ୍ରୁବ ବଂଶଧର ଅଙ୍ଗ ଥିଲେ ପ୍ରାୟ

ସ୍ୱଭାବେ ଧାର୍ମିକ ରାଜା

ରାଜ୍ୟ ଶାସନରେ ସତ୍ୟ ଧର୍ମ ନ୍ୟାୟ 

ସୁଖେ ଥିଲେ ସାରା ପ୍ରଜା

ପୁତ୍ର ବିନା ଯଜ୍ଞ ହୋମ ନିରର୍ଥକ 

କ୍ରମେ ହେଲେ ଅବଗତ

ପୂତ୍ରେଷ୍ଟି ଯଜ୍ଞର ଆୟୋଜନ ବଳେ

ଜନ୍ମ ହେଲା ଏକ ପୁତ୍ର

ବେଣ ନାମେ ପୁତ୍ର ହୋଇଲା ନାମିତ

ଖୁସି ରାଜ ନଅରରେ 

ଖୁସି କିନ୍ତୁ କ୍ରମେ ହେଲା ଦୂରୀଭୂତ

ପୁତ୍ରର ଦୁଷ୍ଟାମୀ ଧାରେ

ଅମଣିଷ ସମ କାର୍ଯ୍ୟକଳାପ ରେ

ଲିପ୍ତ ରହି ପୁତ୍ର ବେଣ

ହିଂସା ବ୍ୟଭିଚାର ଅଧର୍ମ ବ୍ୟାପାର

ସବୁ କିଛି ହୀନ ଗୁଣ

ଅନେକ ବୁଝାଇ କହିଲେ ପୁତ୍ରକୁ

ଆଉ କୁକର୍ମ ନ କର 

ତଥାପି ପୁତ୍ରର ପାପ କାର୍ଯ୍ୟ ଧାରା 

ଅଧିକ ହେଲା ବିସ୍ତାର

ସବୁକିଛି ପରିତ୍ୟାଗ ବାଞ୍ଛନୀୟ 

ଚିନ୍ତା କରି ହୃଦୟରେ

ବନକୁ ଗମନ କରିଲେ ରାଜନ 

ତପ ସାଧନ ଅର୍ଥରେ


ରାଜ ସିଂହାସନ ଅକ୍ତିଆର ପରେ

ବେଣ ରାଜା ଆସନରେ

ନିଜକୁ ଈଶ୍ୱର ମାନ୍ୟତା ସ୍ୱରୂପ

ନିର୍ଦ୍ଦେଶ ନାମା ରାଜ୍ୟରେ

ହୋମ ଯଜ୍ଞ ପୂଜା ଆରାଧନା ସବୁ

ବାରଣ ହେଲା ରାଜ୍ୟରେ

ରାଜା ହିଁ ଈଶ୍ୱର ,ସର୍ବ ଶକ୍ତିମାନ 

ପାଳନ ହେଉ ବିଧିରେ

ମୁନି ଋଷି ଜ୍ଞାନୀ ପଣ୍ଡିତ ବ୍ରାହ୍ମଣ

ବୁଝାଇ କହିଲେ ଧିରେ

ପାପ ଚିନ୍ତା ଧାରା ଦୂର ହେଉ କ୍ରମେ

ଧର୍ମ ରହୁ ସଂସାରରେ                     ନରାଧମ ରାଜା ଭାବେ ଗଣା ବେଣ

ଦିନକୁ ଦିନ ପ୍ରବଳ

ନିଜର କୁକର୍ମ ଅତ୍ୟାଚାର ବଳେ

ପ୍ରମାଦ ପ୍ରଜା ସକଳ

ଧର୍ମ ରକ୍ଷା ଅର୍ଥେ ମୁନି ଋଷି ଗଣ

ହୁଁ କାର ଧ୍ଵନି ବଳରେ

ବେଣ ରାଜନ କୁ କରିଲେ ବିନାଶ

ଶାନ୍ତି ବିରାଜିଲା ଧିରେ


ମୃତ ଶରୀର କୁ ସରଂକ୍ଷିତ ଧାରେ

ରଖି ଥିଲେ ବେଣ ମାତା 

ରାଜା ବିନା ବହୁ ଦିନ ଧରି ରାଜ୍ୟ 

କ୍ରମେ ହେଲା ଉପେକ୍ଷିତା 

ଯେବେ ମୃତ ବେଣ ବାମ ଜଙ୍ଘ ଧିରେ

ମୁନିଙ୍କ ଦ୍ଵାରା ମନ୍ଥନ 

କଦାକାର ରୂପେ ପୁତ୍ର ହେଲା ଜାତ

ନିଷାଦ ନାମେ ବର୍ଣ୍ଣନ

ପୁଣି ବାମ ଜଂଘ ମନ୍ଥନ ହୋଇଲା

ଜନ୍ମିଲା କନ୍ୟା ଓ ପୁତ୍ର 

ସେହି ପୁତ୍ର ପୃଥୁ ନାମ ବହି କ୍ରମେ

ଧର୍ମ କଲେ ସଂସ୍ଥାପିତ 

ଭାଗବତ ଧାରେ ଏ ବେଣ ଚରିତ

ସଂକ୍ଷିପ୍ତ ରୂପେ ବର୍ଣ୍ଣନ

ଭାଗବତ ବାଣୀ ଆଧାରରେ ଶିକ୍ଷା

ହେଉ ସଭିଙ୍କ ଗ୍ରହଣ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract