STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ମନ ଅଗଣାକୁ ଆସ ପ୍ରଭୁ ଜଗନ୍ନାଥ

ମନ ଅଗଣାକୁ ଆସ ପ୍ରଭୁ ଜଗନ୍ନାଥ

1 min
222


କୃପା ବିନା ମୋ ମନ ଅଗଣା ବିପର୍ଯ୍ୟସ୍ତ 

କୃପା ଧାରେ ବିଜେ କର ପ୍ରଭୁ ଜଗନ୍ନାଥ 

କୃପା କର ପ୍ରଭୁ ଆହେ ଜଗତର ନାଥ

କୃପା ଆଶା ଧାରେ ମନ ହୁଏ ବିଚଳିତ 

କୃପାମୟ ପ୍ରଭୁ,କରୁ ଅଛି ପ୍ରଣିପାତ 

କୃପାଳୁ ବୋଲି ଶାସ୍ତ୍ରରେ ହୋଇଛି ବର୍ଣ୍ଣିତ


କୃପାସିନ୍ଧୁ ବଦନ କରି ଅବଲୋକନ

କୃପା ଭିକ୍ଷା ଇଚ୍ଛା ବଳବତୀ ପୁନଃ ପୁନଃ

କୃପା ଦୃଷ୍ଟି ପଡ଼ି ଶାନ୍ତି ଲଭୁ ଏହି ପ୍ରାଣ

କୃପା ର ସାଗର କୃପା କର ହେ ବହନ

କୃପା ଲାଭ ଲଭି କେତେ ପାପୀ ଗଲେ ତରି

କୃପାସିନ୍ଧୁ ଶ୍ରୀଜଗନ୍ନାଥ ହିଁ ସର୍ବୋପରି


କୃପା ର ସାଗର ଶୁଖି ନ ଯାଉ ମୋ ପାଇଁ

କୃପା ଲାଭ ଆଶାରେ ଅଛି ଶ୍ରୀମୁଖ ଚାହିଁ

କୃପା ଲାଭ ପାଇଁ ଯୋଗ୍ୟ କି ନାହିଁ ପରଖ

କୃପା ପ୍ରାପ୍ତି ପଥ ଜାଣି ନାହିଁ ଏ ମୂରୁଖ

କୃପା କରିଅଛ କେତେ ଭକ୍ତ ଜନ ପ୍ରତି

କୃପା ବିନା ଏ ପ୍ରାଣ ସନ୍ତାପିତ ସମ୍ପ୍ରତି


କୃପା ରେ କୃପଣ କିଆଁ ହେ ପଙ୍କଜ ମୁଖ

କୃପା ନ ଲଭିଲେ ଜାଣିବି ମୋ କର୍ମ ବାଙ୍କ

କୃପା ଜଳ ବିନା ପ୍ରାଣ ଆଉ କି ବଞ୍ଚିବ

କୃପାସିନ୍ଧୁ ନାମ ଯଶ କିପରି ରହିବ

କୃପାସିନ୍ଧୁ,ଭକ୍ତ-ବନ୍ଧୁ ପ୍ରଭୁ ଦୀନବନ୍ଧୁ

କୃପା ଦୃଷ୍ଟି ସହ ପାରି କର ଭବ ସିନ୍ଧୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract