STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ବୁଲି ବୁଲି ପୁଣି ସେଇ ଅଗଣା

ବୁଲି ବୁଲି ପୁଣି ସେଇ ଅଗଣା

1 min
235


ବୃକ୍ଷ ମୂଳ,ଘର ଅବା ଦଳ ଠାରୁ

ଯଦି ବା ହୁଏ ବିଚ୍ଛିନ୍ନ 

ଅସହଜ ବୋଧ ଅନୁଭବ ପରେ

ପ୍ରାୟତଃ ପ୍ରତ୍ୟାବର୍ତ୍ତନ 

ରାଗ, ଅଭିମାନ ଅବା ସ୍ୱାଭିମାନ

କବଳରେ ଏ ମଣିଷ

ନିମିଷ ମାତ୍ରକେ ସମ୍ପର୍କ ହଟାଇ 

କରେ ନିଜ ସର୍ବନାଶ

ନୂଆ ପରିବେଶ ଯେବେ ଅସହଜ

ଅବା ସ୍ୱାଭିମାନ କ୍ଷୁର୍ଣ୍ଣ 

ଅନୁଭୂତି ଧାରେ ମାନସିକ ସ୍ତରେ 

ହୃଦୟ ହୁଏ ବିଦିର୍ଣ୍ଣ


ପ୍ରାୟ ରାଜନୀତି କ୍ଷେତ୍ରରେ ପ୍ରମାଣ

ଅନୁମେୟ ସହଜରେ

ଦୀର୍ଘ ଦିନ ଧରି ଦଳ ମଧ୍ୟେ ରହି 

ଦଳ ଠୁ ରହିବା ଦୂରେ

କିଛି ଦିନ ପରେ ପୁଣି ଫେରି ଆସି

ମିଶ୍ରଣ ମୂଳ ଦଳରେ 

ଢମଣା ପ୍ରବାଦ ପ୍ରାୟ ଲାଗୁ ହୁଏ

ଆକ୍ଷେପ ଅନ୍ୟ ଅର୍ଥରେ

ଘର ଅଗଣା ଠୁ ଦୂରେଇ ରହିବା

ପରେ ଯେବେ ବାଟବଣା

ବୁଲି ବୁଲି ପୁଣି ସେଇ ଅଗଣା ରେ

ପ୍ରବାଦ ଧାରେ ଢମଣା


ନିବିଡ ସମ୍ପର୍କ ପରିବାର ମଧ୍ୟେ 

ଅବା ପ୍ରେମୀ ଯୁଗଳଙ୍କ 

କ୍ଷଣକ ଭିତରେ ସମ୍ପର୍କ ବିଚ୍ଛିନ୍ନ

ଦୂରେ ଏକକୁ ଆରେକ 

ଦୂରେ ରହି ହରେଇବା ସ୍ମୃତି

ଯେବେ ହୁଏ ଉଜ୍ଜୀବିତ

ସମ୍ପର୍କ ଭିତରେ ବାନ୍ଧି ହେବା ପାଇଁ 

ଚିତ୍ତରେ କ୍ରମେ ଚିନ୍ତିତ

ଦୀର୍ଘ ଦିନ ଧରି ପୁରୁଣା ସମ୍ପର୍କ

ଆନ୍ଦୋଳିତ କରେ ପ୍ରାଣ

ଫେରି ଆସି ସେହି ସମ୍ପର୍କ ଭିତରେ

ନିଜକୁ ହୁଏ ଅର୍ପଣ


କିଛି ହରାଇବା ଅବା ହାରି ଯିବା 

କ୍ରମେ ଅନୁଚିନ୍ତା ଧାରେ

ଅବଶୋଷ କ୍ରମେ ବିଷମ ସ୍ଥିତିରେ

ବ୍ୟତିବ୍ୟସ୍ତ ହୃଦୟରେ

କେତେ ଭଲ ଥିଲା ସେଇ ପରିବେଶ

ଘର,ବୃକ୍ଷ ,ଦଳ ,ପ୍ରେମ

କ୍ରୋଧ,ଅଭିମାନ ଅବା ଗର୍ବ ଧାରେ

ସବୁ କିଛି ବ୍ୟତିକ୍ରମ


ପ୍ରତ୍ୟକ୍ଷ ହେଉ ବା ପରୋକ୍ଷରେ ପୁଣି

ପ୍ରବାଦ ସେ ଜଣା ଶୁଣା 

ଏଇ ସେ ଢମଣା,ବୁଲି ବୁଲି ବଣା 

ଫେରି ଆସିଲା ଅଗଣା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract