STORYMIRROR

lLeena Pani

Abstract

4  

lLeena Pani

Abstract

ଦୁଇଟି ନିର୍ଜୀବ ଶରୀର

ଦୁଇଟି ନିର୍ଜୀବ ଶରୀର

1 min
206

ଗଛରେ ଝୁଲୁଥିବା

ଦୁଇଟି ନିର୍ଜିବ ଶରୀର

ପବନରେ ଦୋଳି ଖେଳୁଥିଲା

ସମସ୍ତଙ୍କ ଆଗରେ ନିର୍ବିକାରରେ ନିର୍ଭୟରେ।

ଗଛରେ ଝୁଲୁଥିବା

ଦୁଇଟି ନିର୍ଜିବ ଶରୀର

ସମାଜ କୁ କିଛି କହିବାକୁ ଚାହୁଁଥିଲା

ଏହି ସମାଜ ସେମାନଙ୍କର ବଞ୍ଚିବାର

ଅଧିକାର ଛଡାଇ ନେଇଥିଲା

ସାଥିହୋଇ ମରିବାକୁ ବାଧ୍ୟ କରିଥିଲା ।

ଗଛରେ ଝୁଲୁଥିବା

ଦୁଇଟି ନିର୍ଜୀବ ଶରୀର

ସବୁଦିନ ପାଇଁ ଏହି ସମାଜକୁ ତ୍ୟାଗ କରି

ଦୂର ଦିଗବଳୟରେ ମିଶିଯାଇଥିଲେ

ଅକୁହା ପ୍ରଶ୍ନ ସବୁ ପଛରେ ଛାଡିଯାଇଥିଲେ ।

ଗଛରେ ଝୁଲୁଥିବା

ଦୁଇଟି ନିର୍ଜୀବ ଶରୀର

ଆତ୍ମା ତାଙ୍କର ମିଶିଯାଇଥିଲା

ସମାଜ ଆଜି ହାରିଯାଇଥିଲା

ନିର୍ଜୀବ ଶରୀର ଦୁଇଟି

ଆଜି ଯେପରି ହସୁଥିଲେ

ପବନରେ ଶରୀର ଦୁଇଟି

ନିର୍ଭୟରେ ଦୋଳି ଖେଳୁଥିଲେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract