STORYMIRROR

Manas Ranjan

Classics

4  

Manas Ranjan

Classics

ଆଶା

ଆଶା

1 min
374

ଆଶା ଠାରୁ ଅଧିକ ଜେ 

            କର ନାହିଁ ତୁରେ ଆଶା

ଆଶା ଭାଙ୍ଗି ଗଲେ ତୋର 

            ତୁଟି ଜୀବ ଯେ ଭରଷା ,,

କରିଥିବା ଭୁଲ୍ ପାଇଁ 

           ଆଜି ଲଗାଇରେ ବ୍ୟଥା 

ପିତା ଲାଗେ ଆଜି ମୋତେ 

          ଜୀବନର ପ୍ରତ୍ୟେକ ଟି କଥା,,

ଅକୁହା କାହାଣୀ ତାହା 

                କହିବୁ କାହାକୁ 

କିଏ ବା ତୋ ସାଥୀ 

             ପୋଛିବ ଅବୁଝା ଲୁହକୁ ,,

ଧନ୍ୟ ଧନ୍ୟ ରେ ବିଧାତା 

               ତୋ ବିଧିର ବିଧାନ 

କି ମାୟା ରଚି ଦୁଇ ହୃଦେ 

              ଘଟାଇଲୁ ବ୍ୟବଧାନ ,,

କ୍ଷମା ପାଇବାର ଯୋଗ୍ୟ 

               ନ ହୋଇବି ମନ୍ 

ମାଗେ କ୍ଷମା ବାରମ୍ବାର 

                ବିକଳ ଜୀବନ,,

ଲୋଡ଼ା ନାହିଁ ଆଉ କିଛି 

           ଜୀବନରେ ତାର 

ସ୍ନେହ ଶ୍ରଦ୍ଧା ଦେଇ ଟିକେ 

           ଦୂର କର ଅନ୍ଧାରର ଘର,,

ବିରହ ବେଦନା ଦୁଃଖ 

             ଭୋଗିଲି ଅନେକ 

ଭୂଲି ଯାଇ ସେ ସମୟ 

          ଭାରିଦେରେ ମନରେ ମହକ।।

ନିରବତା ଆଜି ମୋତେ 

               ନିରବତା କହେ 

ବନ୍ଧୁତାର ପ୍ରତିଧ୍ୟାନି ଚାରିପାର୍ଶ୍ୱେ

                  ଗୁଞ୍ଜରିତ ହୁଏ,,

ଆଶା ରେ ସଳୀତା ଭରି 

              ଜଳା ରେ ଦିପାଳି 

ସାଥୀ ତୋର ହାତ ପାଇଁ 

         ଚାହିଁଛି ବନ୍ଧୁଟା ତୋହରି।।

                    # ମାନସ ରଞ୍ଜନ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Manas Ranjan

ଆଶା

ଆଶା

1 min ପଢ଼ନ୍ତୁ

Similar oriya poem from Classics