STORYMIRROR

Balaram Barik

Classics

4  

Balaram Barik

Classics

ଆସ ପଢିବା ଗୀତା

ଆସ ପଢିବା ଗୀତା

1 min
420

ଆସ ପଢିବା ସଭିଏଁ ଗୀତା 

ହୋଇବା ଆମେ ଜଗତ ଜିତା।


ଅମୂଲ୍ୟ ପୁସ୍ତକ ଅଟଇ ଏହି।

ପଢିଲେ ଜ୍ଞାନ ଅମାପ ବଢ଼ଇ।


ପାଇବା ଉତ୍ତର ସବୁ ପ୍ରଶ୍ନର।

ଲୋଡ଼ା ନାହିଁ ଅନ୍ୟ ଦର୍ଶନ ଶାସ୍ତ୍ରର।


ପ୍ରଶ୍ନ ଯେଉଁଠି ଅର୍ଜୁନ ପରି।

ଉତ୍ତର ଅଟେ ମୁରଲୀଧାରୀ।


ଜନମ ମରଣ ଶୃଙ୍ଖଳୁ ମୁକ୍ତ।

ପାଇବ ଜ୍ଞାନ ଅଟେ ଯା ସୁପ୍ତ।


ନିଜକୁ ଚିନ୍ହିବା ଉପାୟ ଅଛି।

ଶରୀର ତୁଚ୍ଛ ଆତ୍ମା ସବୁକିଛି।


ଦୁର୍ଯ୍ୟୋଧନ ପରି କାମନା ଯାର।

ଲଭିବ ଦୁଃଖ ସଦା ସେ ନର।


କର୍ଣ ସମ ପୁଣି ବନ୍ଧୁତା କଲେ।

ପ୍ରାଣ ଗଲେ ମଧ୍ୟ ବଚନ ପାଳେ।


ଭୀଷ୍ମ ପରି ପ୍ରତିଜ୍ଞା ଯେ ଏଠି କରେ।

ନିଜ ଗୋଡ଼କୁ ନିଜେ କୁରାଢ଼ୀ ମାରେ।


କୁନ୍ତୀ ପରି ସତ୍ୟ ଲୁଚାଇଛି ଯିଏ।

ଶରୀର ମଧ୍ୟରେ ଆତ୍ମାକୁ କନ୍ଦାଏ।


ଧୃତରାଷ୍ଟ୍ର ପରି ମୋହ ରଖିଲେ।

ବଂଶ ଧ୍ବଂସ ଯାଏ ବିନା ହାସଲେ।


ପାଣ୍ଡବଙ୍କ ସମ ଜୁଆଡି ହେଲେ।

ଅକଲ ଯେ ଆସେ ଇଜ୍ଜତ ଗଲେ।


ଦୁଃଶାସନ ପରି ପାମର ହେଲେ।

ଜଙ୍ଘ ଭାଙ୍ଗେ ପ୍ରାଣ କାନ୍ଦେ ବିକଳେ।


ଦ୍ରୋଣଚାର୍ଯ୍ୟ ପରି ପକ୍ଷପାତ କଲେ।

ନିରର୍ଥକ ଅଟେ ଗୁରୁ ବୋଲାଇଲେ।


ସକୁନି ପରି ଯେ କୁଟୀଳ ହୁଏ।

ନିଜ ବୁଡି ସମ୍ବନ୍ଧିକୁ ସେ ବୁଡାଏ।


ଗାତ ଖୋଳିଲେ ଅନ୍ୟର ପାଇଁ ।

ସେ ଗାତରେ ଦିନେ ପଡ଼ିବୁ ତୁହି।


ହିଂସା ନୁହେଁ ରାସ୍ତା ସମାଧାନର।

ମିମାଂସା ହୋଇବ ହେଲେ ବିଚାର।


ଅଧର୍ମ ପାଇଁ ଜାଗା ନାହିଁ ଜଗତେ।

ଧର୍ମ ଜିତେ ସଦା ଏହି ମରତେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics