STORYMIRROR

Bidyutprabha Gantayat

Classics

3  

Bidyutprabha Gantayat

Classics

ବନ୍ଧୁଙ୍କୁ ସମର୍ପିତ

ବନ୍ଧୁଙ୍କୁ ସମର୍ପିତ

1 min
27.6K



*******

ହିନ୍ଦୀ : ଗୁଲଜାର

ଅନୁବାଦ : ବିଦ୍ୟୁତପ୍ରଭା ଗନ୍ତାୟତ

********

କେବେ ଚାଲିଆସ

ବାସ ଏମିତି , ଯେମିତି

ପକ୍ଷୀ ମାନେ ଅଗଣାକୁ ଆସନ୍ତି ।

ନଚେତ ଯେମିତିକି ଅଚାନକ ପଶିଆସେ ...

ଝଲକାଏ ଥଣ୍ଡା ପବନ

କିମ୍ବା ଯେମିତିକି ବେଳେବେଳେ

ପଡୋଶୀଙ୍କ ରୋଷେଇ ଘରୁ

ଭାସିଆସେ ରାନ୍ଧଣାର ବାସ୍ନା ।

ଏମିତି ଆସ , ଯେମିତି କି

ବଲ ନେବାପାଇଁ ପିଲାଟିଏ

ଚାଲିଆସେ ବଗିଚାକୁ ।

କିମ୍ବା ଗୁଣ୍ଡୁଚି ଯେମିତି

ଦାବିର ସହ ପାଚେରୀ ମୁଣ୍ଡରେ

ଆସି ବସିଥାଏ ।

ଯେବେ ଆସିବ

ଦୁଆରେ ଘଣ୍ଟି ବଜାଇଵ ନି

ମୋ ନାଁ ଧରି ଡାକିବ

ମୋ ଅନୁମତିରେ

କିମ୍ବା ମୋଠୁ ସମୟ ନେଇ

କେବେ ଆସିବ ନି

କିନ୍ତୁ ହଁ

ନିଜର ସମୟ କରି ଆସିଥିବ ।

ତେଣିକି ଆମେ ଦୁହେଁ

ସମୟ କୁ ଯୋଡ଼ିଦେଇ

ଗୋଟିଏ ଦୋଳି କରିବା

ଅତୀତ ଓ ଭବିଷ୍ୟତ ମଝାମଝି

ସେ ଦୋଳିରେ ଆମେ ବସି

ଯେତେବେଳେ ଗପସପ ହେବା

ଶବ୍ଦ ଆପଣା ଛାଏଁ

ଓଲ୍ଲାଇ ଆସିବ ।

ଯେମିତି କି

କାଗଜରେ ସିଏ କବିତା ହୋଇ

ଓଲ୍ଲାଇ ଆସିଥାଏ ।

ଆଉ , ଯେତେବେଳେ ଫେରିଯିବ

ମୋତେ ବି ଟିକେ

ସାଙ୍ଗରେ ନେଇଯିବ

କିଛିଟା ନିଜକୁ ବି

ମୋ କତିରେ ଛାଡିଯିବ ।

ଆଉ ଥରେ ଆସିବାକୁ

ନିଜକୁ

ପରସ୍ପର ଠାରୁ ପାଇବାକୁ ।


Rate this content
Log in

Similar oriya poem from Classics