STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

4  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ (ଛ)

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ (ଛ)

1 min
507



ଛଳ ବାହିନୀଶ ହେ,ଛାଡ ଏ ସାହସ ହେ (ପଦ)

ଛବି ତ ଆବିଳ ଦିଶେ,ଛପିବାରେ ଅଛି କି ସେ(1)


ଛଟା କାହା କଟାକ୍ଷର, ଛୁରୀ ହେଲା କି ବକ୍ଷର (2)

ଛେଲରୁ ତ ଚିନ୍ତା ବଳି, ଛାତିରେ ଗଲାନି ଗଳି (3)


ଛୁଟିଯାଇ ବିଚେତନା,ଛଟପଟ ହେବ ସିନା (4)

ଛଣା ସୁଧାପରି ଦିଶେ, ଛୁଇଁଦେଲେ ବିଷଟି ସେ(5)

ଛନ୍ଦି ମନ ତୁମ୍ଭ ଗୁଣେ, ଛ-ଦୁଇ ଦୁର୍ଗେଶ ଭଣେ(6)





Rate this content
Log in

Similar oriya poem from Classics