STORYMIRROR

ବି. ନିରୁପମା

Classics Inspirational Others

5.0  

ବି. ନିରୁପମା

Classics Inspirational Others

ତୋ ସୁଖରେ ମୋର ସୁଖ

ତୋ ସୁଖରେ ମୋର ସୁଖ

1 min
26.3K


ଠାକୁରଙ୍କ ପାଶେ ଦୀପଜାଳି ନିତି

ଶୁଭ ମନାସେ ମୋ ମାଆ,

"ଧନମାଳି ମୋର ଯେଉଁଠି ଥିଲେ ବି

ସର୍ବ-କୁଶଳରେ ଥାଆ ।"


ସକଳ ବିପଦ ଆପଦରୁ ତୋତେ

ଦୂରେଇ ରଖନ୍ତୁ ହରି,

ତୋ ସଙ୍କଟ ଯେତେ ପଡୁ ମୋ ଉପରେ

ମିଳୁ ତୋତେ ସୁଖ-ଶିରି।


ତୋ ପାଇଁକି ମୋର ସକଳ ସାଧନା

ବାରଓଷା ତେର ବ୍ରତ,

ଜନମ ଦେଇଛି ଅନ୍ତଫାଡ଼ି ଯେଣୁ

ତୁଚ୍ଛଲାଗେ ସବୁ କଷ୍ଟ ।


ମୋ ସୁଖ ସପନ, ଆରେ ପ୍ରାଣଧନ

ତୋ ସୁଖରେ ମୋର ସୁଖ,

ଜୀଇଁଥିବା ଯାଏ ଶୁଭ ମନାସିବି

ଭୁଲିଯାଇ ସବୁ ଦୁଃଖ ।"


ବି. ନିରୁପମା

ମାମୁରିଆ,ଛେଣ୍ଡିପଦା,ଅନୁଗୋଳ।


Rate this content
Log in

Similar oriya poem from Classics