STORYMIRROR

Kishore Nayak

Classics

4  

Kishore Nayak

Classics

ସମ୍ପର୍କର ନଦୀ ତୀରେ

ସମ୍ପର୍କର ନଦୀ ତୀରେ

1 min
223


ସମ୍ପର୍କ ରଜ୍ଜୁରେ ବନ୍ଧା ଏ ଜୀବନ 

କିଏ ପର କିଏ ଆପଣାର 

ଏ ମର ଧାମରେ ସମ୍ପର୍କ ନାମରେ 

କେତେ ରୂପ ଏଇ ଜୀବନର ll

ସମ୍ପର୍କରେ ଗଢ଼ା ଏ ଜୀବଜଗତ 

ପରିବାର ପରିବେଶ 

ଆଶ୍ରା ନିର୍ଭରତା କର୍ତ୍ତବ୍ୟବୋଧର 

ତ୍ୟାଗ ଭରା ସମାବେଶ ll

ସଭିଏଁ ତ ଏଠି ପଥର ପଥିକ 

ଜୀବନ ସଉଦା ସାରି 

ଫେରିଯିବେ ପୁଣି ସଂସାର ହାଟରୁ 

ନିଜ ପଥ ଅନୁସରି ll

ଏଇ ମାଟି ପରେ ଜନମ ମରଣ 

ଲଭେ ଏ ମାଟିର ମଣିଷ 

ସମ୍ପର୍କ ଖିଅରେ ବନ୍ଧା ଏ ଦୁନିଆ 

କିଏ ନାରୀ କିଏ ପୁରୁଷ ll

ଆଶା ଭରସାରେ ଦ୍ଵନ୍ଦ ସଙ୍ଘର୍ଷରେ 

ଭରା ଏ ଜୀବନ ପଥ 

ହାରିବା ଜିତିବା ସଂସାର ନିୟମ 

ଅଛିବା କାହାର ହାତ ll

ସ୍ନେହ ମମତାର ଆସ୍ଥା ବିଶ୍ୱାସର

ଚିନ୍ତା ଓ ଚେତନା ଧାରେ 

ଗଢି ଉଠିଛି ଏ ଜୀବନ ସଉଧ 

ସମ୍ପର୍କର ନଦୀ ତୀରେ ll

ସମ୍ପର୍କର ନଦୀ ପ୍ରବାହ ସ୍ରୋତରେ 

ଚାଲିଛି ଜୀବନ ଧାରା 

କେବେ ସୁଖ କେବେ ଦୁଃଖର ଜ୍ୱଳନ 

ହସ ଆଉ ଲୁହ ଭରା ll

ସ୍ୱାର୍ଥ ଅଭିସନ୍ଧି ମିଥ୍ୟା ଅସହିଷ୍ଣୁ 

ସମ୍ପର୍କକୁ କରେ ତିକ୍ତ 

ଷଡଯନ୍ତ୍ର ରଚେ ଆପଣାର ଲୋକ 

ଶତ୍ରୁ ସାଜେ ନିଜ ରକ୍ତ ll

ତଥାପି ଜୀବନ ଧାଉଁ ଥାଏ ନିତି 

ସମ୍ପର୍କର ଅନ୍ବେଷଣେ

ମରୀଚିକା କେବେ ସମ୍ପର୍କ ଉହାଡେ 

ଚାଲୁଥାଏ ପ୍ରତିକ୍ଷଣେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics