Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ABADHOOT PANDA

Classics Others

4  

ABADHOOT PANDA

Classics Others

ହୀରକ ଅଗଷ୍ଟ ପନ୍ଦର

ହୀରକ ଅଗଷ୍ଟ ପନ୍ଦର

1 min
279


ହେ ହୀରକ ମଣ୍ଡିତ ଦିବସ ଅଗଷ୍ଟ ପନ୍ଦର

କୋଟି ନମସ୍କାର କରୁଛି ଛୁଇଁ ତଵ ପୟର l


ହୀରକ ଜୟନ୍ତୀ 2022 ତଵ ବଡ଼ ସୁଖପ୍ରଦ

କୋଟି କୋଟି ଭାରତୀୟମାନଙ୍କ ପ୍ରେମାସ୍ପଦ ll


ଅତୀତର ଗୌରବ ମଣ୍ଡିତ ହୋଇ ଆସ ଆଗେଇ

ଦେଖ ତୁମର ଭାରତ ତୁମ ପବିତ୍ର ଦୃଷ୍ଟି ଦେଇ ll


କେତେ ଘାତ ପ୍ରତିଘାତ ଦେଇ ଆସିଥିଲ ଦିନେ

ସଂଘର୍ଷର ଅହିଂସା ହିଂସା ମାଧ୍ୟମେ ଖୁସି ମନେ ll


ଦେଖ ଆଜି ତୁମ ଉପମହାଦେଶର ଦୟନୀୟତା

ବିଭତ୍ସ ଅରାଜକତା ସମ୍ରାଜ୍ୟେ ନାହିଁ ଶୋଭନୀୟତା


ଧର୍ମ ନାମରେ ହିଂସୁକ କର୍ମ ପୂର୍ଣ୍ଣ ସ୍ବଦେଶୀ ଜନପଦ

ଅର୍ଥଗୃଧନୁ ମାନଙ୍କର ଶୁଭେ ସର୍ବତ୍ର ହିଂସ୍ର କଳରବ ll


ରୋଗ ଶୋକ ମହାମାରୀର କବଳେ ଆଜି ତୁମଦେଶ

ସ୍ୱାଧୀନ ସରକାର ଆଜି ବିବ୍ରତ ସଜାଡ଼ିବାକୁ କ୍ରମଶଃ ll


ମନେ ପକାଅ ହେ ଅଗଷ୍ଟ 15 ସଂଗ୍ରାମ ସ୍ୱାଧୀନତାର

ଲକ୍ଷ ଲକ୍ଷ ନରନାରୀଙ୍କ ସଂଗ୍ରାମୀଗଣଙ୍କ ବଳିଦାନ ll


ଜାଳିୟାନବାଗରେ ନିରୀହ ଦେଶ ପ୍ରେମୀଙ୍କ ଆର୍ତ୍ତନାଦ

ଶବଗଦା ସାଉଁଟି ସାଉଁଟି ହେଇଥିଲେ କ୍ଲାନ୍ତ ଘରଣୀ ବୃନ୍ଦ ll


ନେତାଜୀ ସୁବାସ ତଡ଼ି ଥିଲେ ଗୋରା ଶାସକଙ୍କୁ ହିଂସାରେ

ଗାନ୍ଧିଜୀ ତଡ଼ିଲେ ଦେଶ ଭିତରୁ ସବଳେ ଅହିଂସା ଅସ୍ତ୍ରରେ ll


ହିଂସା ଗଲା ହାରି ନେଲା ଜିତାପଟ ଅହିଂସାର ତିଳକ

ଆଦର୍ଶ ଭାରତ ଗଠନେ ହେଲେ ନିୟୋଜିତ ସର୍ବ ବିଧାୟକ ll


ସେମାନଙ୍କ ଆଦର୍ଶ ନିୟମ ସମସ୍ତ ପଡ଼ିଲା ପାଣିରେ ମାତର 

ଝିଅ ବୋହୁଙ୍କ ଇଜ୍ଜତ ଲୁଣ୍ଠିତ ଆଜି ସ୍ପଷ୍ଟ ଦିବାଲୋକେ ନିରନ୍ତର


କାହିଁ ଗଲା କଷ୍ଟ ଲବ୍ଧ ସ୍ୱାଧୀନତାର ମହାନ ମହକ ପୂର୍ଣ୍ଣ ଝଲକ

ପ୍ରାଚ୍ୟ ପାଶ୍ଚାତ୍ୟ ସଂସ୍କୃତି ମିଶ୍ରଣେ ଆଜି ଯାଇଛି ହଜି ତା ପୁଲକ 


ହେ ଅଗଷ୍ଟ ପନ୍ଦର କରିଛ ପଦାର୍ପଣ ଆଜି ଆମ ଆର୍ଯ୍ୟଭୂମେ

କର ନିଁପାତ ବ୍ୟଭିଚାର ସୁଧାରି ଜନମାନସ ତଵ ପରାକ୍ରମେ ll


ଗାନ୍ଧିଜୀଙ୍କ କଳ୍ପିତ ରାମରାଜ୍ୟ କରହେ ପ୍ରତିଷ୍ଠା ଆର୍ଯ୍ୟ ଧାମେ 

ଲୋପ କରି ଅରାଜକତା ଦେଶୁ ସ୍ୱର୍ଗସାମ୍ରାଜ୍ୟବାଦ ଧରମେ ll


ହେ ଗରୀୟସୀ ଅଗଷ୍ଟ ପନ୍ଦର ଶୁଣ ଆମ ବିକଳ ଅଳି ସଦୟେ,

2022ଠାରୁ ହେଉ ଶ୍ରୀଗଣେଶ ନବରବିର ଉଦୟ ନିଷ୍ପେସିତ ଆର୍ଯ୍ୟ ଦିଗ୍ ଵଳୟେ ll



Rate this content
Log in

Similar oriya poem from Classics