STORYMIRROR

Nrusingha Narayan Tripathy

Classics Others

4  

Nrusingha Narayan Tripathy

Classics Others

ବସନ୍ତରାସ

ବସନ୍ତରାସ

1 min
320

(ରସକୁଲ୍ୟା )


ବର୍ଷ ମଧ୍ୟେ ଶ୍ରେଷ୍ଠ ବସନ୍ତ ରାଣୀ

ନବ ପଲ୍ଲବିତ ସୌନ୍ଦର୍ଯ୍ୟ ଆଣି 

ଶୀତ ପରେ ଆସେ ଚୋରା ଚଇତି 

ନାହିଁ ଉଷ୍ମ ଶୀତ ମଧୁର ପ୍ରୀତି

ପବନ ଦକ୍ଷିଣ ସିନ୍ଧୁ ଯେ

ବହେ ଘନ ଘନ ପୁଲକିତ ମନ

ଉଲ୍ଲସିତ ଜୀବଜନ୍ତୁ ଯେ ll


ପୁଷ୍ପଫଳ ଭରା ଆମ୍ବ ସୁଆଦ

କୋଇଲିର ତାନ ଲାଗେ ଆନନ୍ଦ

ମଲ୍ଲୀ ଚମ୍ପା ଫୁଲ ଚହଟେ ବାସ

ଦୋଳ ଯାତ୍ରା ପରା ଫଗୁଣ ମାସ

ରାଧା କୃଷ୍ଣ ରାସ ଲୀଳା ଯେ

ଢଳି ଢଳି ଦୋଳ ଲଉଡ଼ିର ଖେଳ

ଗୋପାଳ ପୁଅର ମେଳ ଯେ ll


ମେଳଣ ପଡିଆ ଯାତ୍ରା ପେଣ୍ଡାଲ

ବାଣ ଫୁଟା ମଜା ଅବିର ଖେଳ

ଫଗୁ ରଙ୍ଗେ ଭିଜେ ପୁରୁଷ ନାରୀ

ଶ୍ରୀକୃଷ୍ଣ ଶ୍ରୀ ରାଧା ହରେ ମୁରାରୀ

କୃଷ୍ଣ ପ୍ରେମେ ରାଧା ବାୟୀ ଯେ

ପ୍ରକୃତି ପୁରୁଷ ଅପୂର୍ବ ମିଳନ

ରାଧା କୃଷ୍ଣ ଗାଥା ଗାଉ ଯେ ll


ବସନ୍ତ ସମୟେ ପ୍ରକୃତି ଶୋଭା

ଶ୍ରୀକୃଷ୍ଣ ଚରିତ କି ମନୋଲୋଭା

ନାମ ସଂକିର୍ତ୍ତନ ଦୋଳ ଯାତରା

ମନ ଉନ୍ମାଦିତ ଋତୁରେ ଧରା

ପଶୁ ପକ୍ଷୀ ତରୁ ଲତା ଯେ

ସତେଜ ଶରୀର ସୁଢଳ ସୁନ୍ଦର

ତନୁ ମନ ଆନନ୍ଦିତା ଯେ ll



Rate this content
Log in

Similar oriya poem from Classics