STORYMIRROR

Nrusingha Narayan Tripathy

Classics

4  

Nrusingha Narayan Tripathy

Classics

ଚଇତି ମଙ୍ଗଳବାର

ଚଇତି ମଙ୍ଗଳବାର

1 min
337


ମାଆଲୋ ମଙ୍ଗଳ  କାରିଣୀ ସକଳ

     ଦୁଃଖ କଷ୍ଟ ପୀଡା ହରୁ

 ଭକ୍ତ କରେ ଧ୍ୟାନ ଜଗତ କଲ୍ୟାଣ

      ମଙ୍ଗଳା ଦେବୀଙ୍କୁ ସ୍ମରୁ ll


ବାଟ ଘାଟେ ପୂଜା   କରି ନାନା ସଜ୍ଜା 

       ମାଆ ତୁ ବାଟ ମଙ୍ଗଳା

ମଙ୍ଗଳ ବାରରେ   ଖୋଳାଇ ଗାତରେ

      ପନ୍ଥେଇ ମାଆ ମଙ୍ଗଳା ll


ଗୋବର ଲିପିକି   ସିନ୍ଦୁର ଦେଇକି

     ଦେଇକି ହଳଦୀ ପାଣି

ହୁଳହୁଳି ଦେଇ   ବ୍ରତକୁ କରେଇ

     ସଧବା ଘରର ରାଣୀ ll


ଅଛି କିମ୍ବଦନ୍ତୀ   ଅଭୁଲା କାହାଣୀ

    ହାଡିଆଣୀ ଚଇତିର

ମଙ୍ଗଳା କରୁଣା   ପୂଜା ବ୍ରତ ପଣା

     ଚୈତ୍ରମାସେ ମଙ୍ଗଳାର ll


ରାଜାଙ୍କ ନିର୍ଦ୍ଦେଶ   ଚଇତିର ନାଶ

     ସପ୍ତପୁତ୍ର ମୁଣ୍ଡ କାଟ

ବାରମ୍ବାର ମୁଣ୍ଡ  ଛେଚି ଖଣ୍ଡ ଖଣ୍ଡ

      ବେକରେ ମୁଣ୍ଡ ଅତୁଟ ll


ଆଶ୍ଚର୍ଯ୍ୟ ଚକିତ   ଜାଣିକି ଆଶ୍ରିତ

       ମଙ୍ଗଳାଙ୍କ କୃପାବଳେ

କରି ତପ ଧ୍ୟାନ  ହେଲେ ପୁତ୍ରବାନ

        ମଙ୍ଗଳା କରୁଣା କଲେ ll


ଚଇତ୍ର ମାସର   ମଙ୍ଗଳ ବାର ର

     ପବିତ୍ର ମଙ୍ଗଳା ବ୍ରତ

କାକଟପୁରରେ   ମଙ୍ଗଳା ମନ୍ଦିରେ

     ଘରେ ଘରେ ପୂଜେ ଭକ୍ତ ll


ବସନ୍ତ ଋତୁରେ   ବାସନ୍ତୀ ମାତାରେ

     ନବଦିନ ପୂଜାର୍ଚ୍ଚନା

ଚଇତି  ପବନେ   ମଙ୍ଗଳ ଭୁବନେ

     ମଙ୍ଗଳାଙ୍କ ଆରାଧନା ll


ଝାମୁ ପରବରେ    ଘଣ୍ଟ ପାଟୁଆରେ

      ମଙ୍ଗଳା ଆଶିଷ ନେଇ

ନିଆଁର ପଥରେ   ଚାଲଇ ପାଦରେ

      ବିସ୍ମୟ ପରା ଲାଗଇ ll


ମନ୍ଦାର ମାଳିନୀ  ସୁଖ ପ୍ରଦାୟନୀ

     ସନ୍ତୋଷ ମାଆ ଦାୟିନୀ

ସଦଜ୍ଞାନ ଶାନ୍ତି   ସଂସାର ପ୍ରଗତି

      ମଙ୍ଗଳ ମାଆ କାରିଣୀ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics