STORYMIRROR

Chiranjibi Sahoo

Abstract Classics

3  

Chiranjibi Sahoo

Abstract Classics

ବିବର୍ତ୍ତନର ଈଶ୍ୱର

ବିବର୍ତ୍ତନର ଈଶ୍ୱର

1 min
408

ଘୋର ବିପତ୍ତିର କାଳେ

ବୁଦ୍ଧି ହୁଏ ବାମ

ଆଶାର ଜିନିଷ ପାଇଁ

କରେନି ଯଥା କାମ

ଲୋଭ ମୋହ ମାୟାଗ୍ରସ୍ତ

ଜଗତ ମାନବ

ଯେତେ ବୁଝାଇଲେ ଭଲେ

ବୁଝୁନି ସେ ଭାବ

ଭବୁ ତରିବାକୁ ଭାବ

ଲୋଡ଼ା ନିୟମିତ

ଭାବର ଅଭାବେ ମୁକ୍ତି

କାମ ମିଥ୍ୟା ମାତ୍ର

ଜଗତର ଦୁଇ ଭାଗ

ଭୌତିକ ଅଧ୍ୟାତ୍ମ

ଗୋଟିଏର ଅଭାବରେ

ମରଣ ମାହାତ୍ମ୍ୟ

ଜଣଙ୍କୁ ବି ବାଦ୍ ଦେଇ

ସମାଜ ଚାଲେନା

ପ୍ରେମର ପାଉଁଶ ତଳେ

ଅଙ୍ଗାର ବେଦନା

ମିଛ ଦେଖାଣିଆ ଭାବ

ସର୍ବତ୍ର ପୁରିତ

ସତ୍ୟର ସନ୍ଧାନେ ହୁଅ

ସତ୍ୟକାମ ସୁତ

ନୁହେଁ ନିତ୍ୟ ଅନ୍ଧକାର

ଭିତିର ବାଦଲ

ସତ୍ୟ ଆଲୋକେ ସୁଅସ୍ତି

ଫିଟିବ ଯେ ଜାଲ

ଈଶ୍ୱର କି ତତ୍ତ୍ୱ ଏକ

ଦୃଷ୍ଟ ବା ଅଦୃଷ୍ଟ

ଜୀବନ କିନ୍ତୁ ବର୍ଦ୍ଧିତ

ଥରେ ଯାହା ସୃଷ୍ଟ

ଜୀବନ ଆରାଧନାର

ପୂଜାରୀ ଯେ ସାଜି

ଜୀବନବାଦକୁ ବୁଝି

ବିବୃଦ୍ଧିର ବାଜି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract