ବିବର୍ତ୍ତନର ଈଶ୍ୱର
ବିବର୍ତ୍ତନର ଈଶ୍ୱର
ଘୋର ବିପତ୍ତିର କାଳେ
ବୁଦ୍ଧି ହୁଏ ବାମ
ଆଶାର ଜିନିଷ ପାଇଁ
କରେନି ଯଥା କାମ
ଲୋଭ ମୋହ ମାୟାଗ୍ରସ୍ତ
ଜଗତ ମାନବ
ଯେତେ ବୁଝାଇଲେ ଭଲେ
ବୁଝୁନି ସେ ଭାବ
ଭବୁ ତରିବାକୁ ଭାବ
ଲୋଡ଼ା ନିୟମିତ
ଭାବର ଅଭାବେ ମୁକ୍ତି
କାମ ମିଥ୍ୟା ମାତ୍ର
ଜଗତର ଦୁଇ ଭାଗ
ଭୌତିକ ଅଧ୍ୟାତ୍ମ
ଗୋଟିଏର ଅଭାବରେ
ମରଣ ମାହାତ୍ମ୍ୟ
ଜଣଙ୍କୁ ବି ବାଦ୍ ଦେଇ
ସମାଜ ଚାଲେନା
ପ୍ରେମର ପାଉଁଶ ତଳେ
ଅଙ୍ଗାର ବେଦନା
ମିଛ ଦେଖାଣିଆ ଭାବ
ସର୍ବତ୍ର ପୁରିତ
ସତ୍ୟର ସନ୍ଧାନେ ହୁଅ
ସତ୍ୟକାମ ସୁତ
ନୁହେଁ ନିତ୍ୟ ଅନ୍ଧକାର
ଭିତିର ବାଦଲ
ସତ୍ୟ ଆଲୋକେ ସୁଅସ୍ତି
ଫିଟିବ ଯେ ଜାଲ
ଈଶ୍ୱର କି ତତ୍ତ୍ୱ ଏକ
ଦୃଷ୍ଟ ବା ଅଦୃଷ୍ଟ
ଜୀବନ କିନ୍ତୁ ବର୍ଦ୍ଧିତ
ଥରେ ଯାହା ସୃଷ୍ଟ
ଜୀବନ ଆରାଧନାର
ପୂଜାରୀ ଯେ ସାଜି
ଜୀବନବାଦକୁ ବୁଝି
ବିବୃଦ୍ଧିର ବାଜି ।
