STORYMIRROR

Chiranjibi Sahoo

Romance

3  

Chiranjibi Sahoo

Romance

ତୁମ ନୀରବତା

ତୁମ ନୀରବତା

1 min
401

ଆଗୋ ମୋ ପ୍ରେମିକା ପ୍ରେମର ଦେବୀକା

କାହିଁ ରୋଷ ହେ ରୂପସୀ

ତୁମ ନୀରବତା ମନେ ଜାଳିଦିଏ

ଅନନ୍ତ ଜ୍ୱାଳାର ଶଶୀ


ଭାଙ୍ଗ ନୀରବତା କର ମଧୁବାର୍ତ୍ତା

ଅଭିମାନି ମୋ ମାନସୀ

ଭିକ୍ଷା ଏ ପ୍ରିୟର ତୁମ ଅଗଣାରେ

ଦିଅ ଥରେ ଟିକେ ହସି


ତୁମ ନୀରବତା ଭାଙ୍ଗିଦିଏ ମୋର

ସହସ୍ର ଶକତି ଦମ୍ଭ

ତୁମ କୋଟି ମୁଖେ ଗୋଟିଏ ମୁଖରେ

ହେଉ ସହାସ୍ୟ ପ୍ରାରମ୍ଭ


ପାଦେ ପଡ଼େ ତୁମ ଚିନ୍ମୟୀ ହୃଦର

ପ୍ରେମାଳୟର ପ୍ରତିମା

ତେଜ ମାନ, କର ମୁକୁତାର ବୃଷ୍ଟି

ଲଂଘି ମୋ ଆନନ୍ଦ ସୀମା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance