Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geetanjali Prusty

Classics

3  

Geetanjali Prusty

Classics

ଅଭିମାନୀ ଭକ୍ତ

ଅଭିମାନୀ ଭକ୍ତ

1 min
386



ମୁଁ କି ଅପରାଧ କରିଛି ପ୍ରଭୁ ହେ

ତୁମ ରାଜସଭା ତଳେ

ଛାର ମୁଁ ଭକତ ତୁମ ଦରଶନ

ଖୋଜୁଛି ଆଳତୀ ବେଳେ |


ପେଲା ଠେଲା କରି ପକାଇ ଦେଉଛ

ଛୋଟା ବୋଲି ଦୁଇ ଗୋଡ଼

ବଳ ନାହିଁ ମୋର ଜୁଝିବାକୁ କାରେ

ଖାଇଲେ ବି ଯେତେ ମାଡ଼ |


ବାଇଶି ପାହଛେ ଗଡି ଗଡ଼ି କରି

ତଳେ ମୁଁ ପଡିଲି ଖସି

ଡାକିଲି ବିକଳେ ରଖ ମହାବାହୁ

ଦେଖିଲନି ଟିକେ ଆସି |


କିପାଇଁ ଯିବି ମୁଁ ତୁମ ଦେଉଳ କୁ

ଦୁଇ ବାହୁ ଟେକିଦେଇ

ସମର୍ପି ତୁମକୁ କି ଲାଭ ପାଇବି

ଭକ୍ତି ଅର୍ଘ୍ୟ ଥାଳି ନେଇ |


ଦାସିଆ ବାଉରୀ ହସ୍ତରୁ ଶ୍ରୀଫଳ

ନେଇଥିଲ କର ଟେକି

ବନ୍ଧୁ ମହାନ୍ତି ର ବନ୍ଧୁ ବୋଲି ତୁମେ

ଜଗତେ କହୁଛ ଡାକି |


ପଣ୍ଡା ପଢିହାରୀ ତୁମ ସେବା କରି

ସେବକ ବୋଲାଉ ଥାନ୍ତି

ତୁମ ଅଙ୍ଗ ଲାଗି ନୀତି ସେ କରନ୍ତି

ଆହେ ପ୍ରଭୁ ବିଶ୍ୱ ପତି |


ମୋ ପାଇଁ କି କାହିଁ ହେଲ ଦଗାଦିଆ

କହିଦିଅ ମୁହଁ ଖୋଲି

କାହିଁକି କରୁଛ ମୋ ସାଥେ ଛଳନା

ଜଗତର ଦିଅଁ ବୋଲି |


ଦର୍ଶନ ନପାଇ ନୟନରୁ ମୋର

ନିଗିଡି ପଡୁଛି ଲୁହ

ଭାବଗ୍ରାହୀ ବୋଲି ଉଡାଉଛ ବାନା

କେମିତି ଠାକୁରେ କୁହ |


କରି ଅଭିମାନ ତୋର ବଡ଼ ଦାଣ୍ଡୁ

ଫେରି ମୁଁ ଯାଉଛି ଆଜି

ଆସିବିନି ଆଉ କେବେ ତୋର ପାଶେ

ତୋ ଦେଉଳ ବାଟ ଖୋଜି |


Rate this content
Log in

Similar oriya poem from Classics