ବନ ପୋଡିଗଲେ.....!
ବନ ପୋଡିଗଲେ.....!
ମୁହଁରେ କେବଳ ହସଛି ଠାକୁର
ଅନ୍ତର ଭିତରେ କାନ୍ଦୁଛି,
ବନ ପୋଡ଼ିଗଲେ ସଭିଏଁ ଜାଣନ୍ତି
ମନ ପୋଡିଲେ କିଏ ବା ବୁଝୁଛି ?
ଯାହାକୁ କହିବି ମନକଥା ଖୋଲି
ଯିଏ ଶୁଣେ ମୁହଁ ମୋଡୁଛି,
ଆଗରେ ଟିକିଏ ସମବେଦନା ତ
ପଛେ ପଛ କରି ଦେଉଛି !
ଆହା ପଦ ଟିଏ କହିବାକୁ କଷ୍ଟ
ଦେବା ନେବା ଦୂରେ ଥାଉ,
ଯାହାକୁ ଦେଖିବୁ ଅଭାବି ମଣିଷ
କଥା କିନ୍ତୁ ମିଠା ମହୁ !
ହସ ତ ମହଙ୍ଗା ଏଠାରେ କେବଳ
କଥା ଭାରି ମିଠା ମିଠା,
ନଜେ ଖାଇସାରି ପରମୁଣ୍ଡେ ମିଛେ ବୋଳି ଦେଇଥାନ୍ତି ଅଠା !
ଉପଦେଶ ଏଠି ମିଳଈ ହଜାରେ
କିନ୍ତୁ ଦେବାଟା ପୁରା ଓଲଟା,
କାହାକୁ ସମୟ ମିଳେ ନାହିଁ ପରା
ଏଠି ଧାଁ ଦଉଡ ଯୁଗଟା !
ତୁମେ କିନ୍ତୁ ସ୍ଥିର ବୁଦ୍ଧ ଅବତାରୀ
କିଛି କରି ନାହଁ କେବେ,
ଯିଏ ଯାହା କରୁ ଫଳ ତାର ନିଏ
କର୍ମ ଘେନି ଦିଅ ଯେବେ !
ମୁଁ କାର ମାତର ମୋର ନୁହେଁ କିଛି
ଘୋଷଣା କରୁଛି ସାଇଁ,
ଚନ୍ଦ୍ରକାନ୍ତ ମାଗେ ମରିଗଲା ପରେ
ସରଗେ ଟିକିଏ ଆସ୍ଥାନ ପାଇଁ ।