ଭାବର ଠାକୁରେ
ଭାବର ଠାକୁରେ
ଭାବର ସହରେ ଭାବ ଲାଗାଇଛ ଭାବର ଠାକୁର ବୋଲି ହେ
ଅଭାବତ କେବେ ରହେନି ଭକତ ଭାବରେ ରଖୁଛ ଖାଲି ହେ !
ଭାବ କେବେ ଯଦି ଅଭାବ ହୋଇଲା ଅଭାଗା କରିଛ ତୁମେ ହେ
ଭାବ ଖୋଜୁଖୋଜୁ ବେଳ ବୁଡିଲାଣି ଅଭାବ ମଣିଷ ଆମେ ହେ!
ଭାବ ଥିଲେ ପୁଣି ଭକତି ଅଭାବ ନିକିତି ଦୋହଲି ଯାଏ ହେ
ଭାବ ସମୁଦ୍ରରୁ କେମିତି ତୁମକୁ ଭାବ ରେ ପାଇବି କୁହ ହେ !
ଭାବରେ ଭାବରେ ଭରା ମୋ ସଂସାର ତେଲ ଲୁଣେ ଚଳିଯାଏ ହେ
ଭାବ ବନ୍ଧନରେ ବାନ୍ଧି ନେବ କି ହେ ଭାବ ବିନୋଦିଆ ଦିଅଁ ହେ !
ଅଭାବରେ ମୋତେ ରଖ ଜଗନ୍ନାଥ ଚନ୍ଦ୍ରକାନ୍ତ ଭାବେ ମାଗେ ହେ
ଯେତେ ଅଭାବରେ ମୋତେ ରଖୁଥିଲେ ଭାବରେ ଭଜିବି ସେତେ ହେ ।।