STORYMIRROR

Chandrakanta Nayak

Classics

3  

Chandrakanta Nayak

Classics

ଭାବର ଠାକୁରେ

ଭାବର ଠାକୁରେ

1 min
326

ଭାବର ସହରେ ଭାବ ଲାଗାଇଛ ଭାବର ଠାକୁର ବୋଲି ହେ

ଅଭାବତ କେବେ ରହେନି ଭକତ ଭାବରେ ରଖୁଛ ଖାଲି ହେ !

ଭାବ କେବେ ଯଦି ଅଭାବ ହୋଇଲା ଅଭାଗା କରିଛ ତୁମେ ହେ

ଭାବ ଖୋଜୁଖୋଜୁ ବେଳ ବୁଡିଲାଣି ଅଭାବ ମଣିଷ ଆମେ ହେ!

ଭାବ ଥିଲେ ପୁଣି ଭକତି ଅଭାବ ନିକିତି ଦୋହଲି ଯାଏ ହେ

ଭାବ ସମୁଦ୍ରରୁ କେମିତି ତୁମକୁ ଭାବ ରେ ପାଇବି କୁହ ହେ !

ଭାବରେ ଭାବରେ ଭରା ମୋ ସଂସାର ତେଲ ଲୁଣେ ଚଳିଯାଏ ହେ

ଭାବ ବନ୍ଧନରେ ବାନ୍ଧି ନେବ କି ହେ ଭାବ ବିନୋଦିଆ ଦିଅଁ ହେ !

ଅଭାବରେ ମୋତେ ରଖ ଜଗନ୍ନାଥ ଚନ୍ଦ୍ରକାନ୍ତ ଭାବେ ମାଗେ ହେ

ଯେତେ ଅଭାବରେ ମୋତେ ରଖୁଥିଲେ ଭାବରେ ଭଜିବି ସେତେ ହେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics