STORYMIRROR

Jagannath Barik

Classics

3  

Jagannath Barik

Classics

ନମସ୍ତେ ଈଶ୍ୱର

ନମସ୍ତେ ଈଶ୍ୱର

1 min
367


ନମସ୍ତେ ଈଶ୍ୱର ପରମେଶ୍ୱର

ନମୋ ସର୍ବବ୍ୟାପୀ ସଚରାଚର

ନାରାୟଣ ହରି ମୋ ପ୍ରାଣେଶ୍ୱର

ନିତ୍ୟାନନ୍ଦ ସର୍ବ ଘଟେ ବିହର

ନମସ୍ତେ ଜଗଦୀଶ୍ଵର

ନିଖିଳ ନିଦାନ ପ୍ରଭୁ ଭଗବାନ ସୃଷ୍ଟି ସ୍ଥିତି ନାଶକର |

ନୀଳ ପାରାବାର ନୀଳ ଅମ୍ବର

ନଦ ନଦୀ ହ୍ରଦ ଗିରି ନିର୍ଝର

ନିଘଞ୍ଚ ବନାନୀ ଶ୍ୟାମ ଶଇଳ 

ନଭେ ରବି ଶଶୀ ନକ୍ଷତ୍ର ଦଳ 

ନର ପଶୁପକ୍ଷୀ ତରୁ 

ନଶ୍ୱର ଅଣୁରୁ ଅନ୍ତରୀକ୍ଷ ଯାଏ ଗଢ଼ା ଯାହା ପ୍ରସାଦରୁ |

ନିୟମେ ଚଳାଅ ବିଶ୍ୱ ସଂସାର

ନମନ୍ତି ଯାହାରେ ବ୍ରହ୍ମା ଶଙ୍କର

ନାଶ କର ପ୍ରଭୁ ଭବ ଯାତନା

ନରହୁ ଜଗତେ ରୋଗ କରୋନା

ନଇରାଶ୍ୟ ଦୂର କର

ନବ ଉନ୍ମାଦନା ନବୀନ ପ୍ରେରଣା ଭରି ଦିଅ ସର୍ବାନ୍ତର |

ନରରୂପେ ଅବତରି ଧରଣୀ

ନାଶି ପାପ ସ୍ଥାପ ଧର୍ମ ସରଣୀ

ନମୋ ନିରଞ୍ଜନ ଭକ୍ତବତ୍ସଳ 

ନମୋ ଚତୁର୍ବର୍ଗଦାନୀ ସ୍ୱଚ୍ଛଳ

ନଗ ନୀଳ କଳାକର

ନିରତେ ଆରତ ଡାକେ ଜଗନ୍ନାଥ ବିଶ୍ୱରୁ ତ୍ରିତାପ ହର |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics