STORYMIRROR

Chittaranjan Nanda

Classics Others

3  

Chittaranjan Nanda

Classics Others

ପରିବର୍ତ୍ତନ ହେବକି ନଗ୍ନ ମାନସିକତା

ପରିବର୍ତ୍ତନ ହେବକି ନଗ୍ନ ମାନସିକତା

1 min
373

ପ୍ରତ୍ୟେକ ବରଷ ତିଆରି ହୁଏ ମୂର୍ତ୍ତି ଛଣ ଉପରେ

ବୋଳା ହୋଇ କାଦୁଅର ପ୍ରଲେପରେ

ଦିନ ପରେ ଦିନ ବର୍ଷ ପରେ ବର୍ଷ ବିତିଯାଏ,

ଏମିତି ଉଭା ହୁଅ ତୁମେ ଦୁର୍ଗା ଆଉ କାଳୀ ରୂପରେ

ମୃଣ୍ମୟୀରୁ ସାକ୍ଷାତ ଇଶ୍ୱରୀ ରୂପରେ ଆର୍ବିଭୂତା ହେବ

ଧ୍ୱଂସ କରିବାକୁ ପାପ ଆଉ ଅନ୍ୟାୟର 

ରାତି ପାହିଯାଏ, ଦଶହରା ପାର୍ବଣ ସରି ଯାଏ,

ହେଲେ ଧ୍ୱଂସ ହେଉ ନାହାଁନ୍ତି ଯେତେ ପାପୀ ମହିଷାସୁର

ଗୀତା ଭାଗବତ ପଠନ ଶ୍ରବଣ ବହୁତ ହେଉଛି ବିଭିନ୍ନ

ସଂସ୍ଥାରେ, ଓ ପ୍ରତ୍ୟେକ ଘରେ ଘରେ

ମାଗି ଖିଆ ହେଲେ, ଅନ୍ଧତ୍ୱରେ ବିବେକପଣ ହଜିଲେ

ପରିବର୍ତ୍ତନର ଧାରା ଜାଗିବ କି ମାନବ ମଧ୍ୟରେ

ବଢୁଛି ପାପର ଭାର ପୃଥିବୀର କୋଳେ,

ମଣିଷତ୍ୱର ଅବକ୍ଷୟ ଦିନୁ ଦିନ ପରା ଘଟୁଅଛି

ଏଥିପାଇଁ ଚିନ୍ତା ଚେତନା ଅଭାବ,

ନଗ୍ନ ମାନସିକତାରେରକ୍ଷକ ଆଜି ଭକ୍ଷକ ସାଜିଛି

ଜୀବନଟା ଗୋଟେ ରଙ୍ଗମଞ୍ଚ ଜାଣି ଏହାର ଯାତ୍ରାରେ,

ଯେବେ କିଛି ଘନ ଅନ୍ଧକାର ଘୋଟେ

ସତରେ କଅଣ ଅନ୍ଧ ମୁଁ ସାଜିଛି, ଦିଶୁନି କିଛି,

କହନ୍ତି ସେମାନେ, ତୁମେ ଅଛ ସର୍ବଦା ସାଥେ ସାଥେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics