STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ମତବାଦ

ମତବାଦ

1 min
158


ହୃଦୟର ସ୍ବତଃସ୍ଫୁତ ଭାବୋଛ୍ବାସକୁ 

ଯେବେ ଉତ୍ତାରି ଦେଲି କାଗଜ ବକ୍ଷରେ

ଅନାବନା ଭାବନା ସବୁ ବହିଗଲେ

ନିର୍ବିରୋଧରେ କବିତା ଆକାରେ

କେତେ ବାଦ କେତେ ପ୍ରତିବାଦର

ଜୁଆର ଉଠେ ମୋ ମନ ସାଗରେ!! 


"ପନ୍ଥ" ଓ "ବାଦ" ର ଦୋଘାଇରେ

ବିତୁଛି ଜୀବନ ମୋହର

ନୁହେଁ ଯେଣୁ ସୁବିଧାବାଦୀ 

ନାହିଁ ମଧ୍ୟମମାର୍ଗ ବର୍ତ୍ତିବାକୁ 

ତର୍କ ବିତର୍କର ମହାଯୁଦ୍ଧରେ!! 


ଦୁର୍ବଳର ସ୍ବାର୍ଥ ରକ୍ଷା ଲାଗି 

ସ୍ବର ତୋଳୁଛି ବୋଲି 

କିଏ କହେ ମୋତେ ବାମପନ୍ଥୀ 

ପୁଞ୍ଜିବାଦର ଘୋର ବିରୋଧୀ 

ବିକାଶର ଦୃଢ଼ ପରିପନ୍ଥୀ!! 


ଜଗତୀକରଣ ଉଦାରବାଦୀ ଅର୍ଥନୀତିର 

ସପକ୍ଷରେ ବାଢ଼ିଲେ ଯୁକ୍ତି 

ମୁଁ କାଳେ ମାର୍କିନ୍ ଏଜେଣ୍ଟ୍

ସାମ୍ରାଜ୍ୟବାଦୀ ଶକ୍ତିର ଉପାସକ

ରକ୍ତପିପାସୁ ସର୍ବଗ୍ରାସୀ ବଳିଷ୍ଠ!! 


ମହାଭାରତୀୟ ସଂସ୍କୃତି ସ୍ଵଧର୍ମର

ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଥିବା ହେତୁ 

ଅନେକ କହନ୍ତି ଏଇ ଅକିଞ୍ଚନ 

ଜନଟିକୁ ରୁଢ଼ିବାଦୀ ମୌଳବାଦୀ 

ମନୁବାଦୀ କଟ୍ଟରପନ୍ଥୀ ଦକ୍ଷିଣପନ୍ଥୀ!! 


ନାରୀର ଦୁଃଖ ଦୁର୍ଦ୍ଦଶାର କଥା 

ମୁଁ କହିଲେ ସାଜିଲି ନାରୀବାଦୀ ବାମାବାଦୀ 

ପୁରୁଷ ପ୍ରଧାନ ଏଇ ସମାଜ ତନ୍ତ୍ର 

ମୋହର ପ୍ରଚଣ୍ଡ ବିରୋଧୀ!! 


ଜାତି ଧର୍ମ ବର୍ଣ୍ଣ ଲିଙ୍ଗ ପ୍ରତିପତ୍ତିର 

ବିରୋଧରେ କହୁଥିବାରୁ ମୁଁ 

କାଳେ ନାସ୍ତିକ ମୂଢମତି 

ତଥାକଥିତ ବୁଦ୍ଧିଜୀବୀ ହେତୁବାଦୀ!! 


କୁସଂସ୍କାର ଅନ୍ଧବିଶ୍ୱାସ ବିରୋଧରେ 

ଯେବେ ଲଢିଲି ନିର୍ଣ୍ଣୟାକ ଲଢେଇ 

କେତେକ କହିଲେ ସଂସ୍କାରବାଦୀ 

ତ ଆଉ କିଏ କହିଲା ବିଶ୍ବାସଘାତୀ!! 


କଳ୍ପନାବିଳାସରେ ନହୋଇ ବାଟବଣା 

ସୁନେଲୀ ସ୍ଵପ୍ନର ବଦଳେ ଯେବେ 

କଟୁ ସତ୍ଯର କରେ ଅବତାରଣା 

ସେହି ହେତୁ ଅନେକଙ୍କ ପାଇଁ 

ମୁଁ କାଳେ ନୈରାଶ୍ୟବାଦୀ!! 


ମାଟି ମାଆ ଗାଁ ଗହଳି

ରାଜ୍ୟ ଦେଶ ସହର ସହିତ 

ନିଜ ଭାଷାକୁ ଯେବେ ଦେଲି 

ପ୍ରାଧାନ୍ୟ ଅଗ୍ରାଧିକାର 

ମୁଁ ହୋଇଗଲି ଆଞ୍ଚଳିକବାଦୀ!! 


ଏ ସାରା ଦୁନିଆଁର ମଣିଷଙ୍କୁ 

ଆପଣାର ମଣି ଯେବେ 

କହିଲି ସଭିଏଁ ମୋହର 

ବିଶ୍ବବ୍ରହ୍ମାଣ୍ଡ ମୋ ଘର 

ପାଲଟିଗଲି ମୁଁ ବିସ୍ତାରବାଦୀ!! 


ଯେବେ ମୁଁ କହିଲି ସାମାଜିକ

ଉତ୍ଥାନ ଆର୍ଥିକ ଅଭିବୃଦ୍ଧିର କଥା

ପାଲଟିଗଲି ସୌଖିନ୍ ବିଳାସୀ 

ଭୋଗବାଦୀ ନିପୁଣ ବସ୍ତୁବାଦୀ

ଉପଭୋକ୍ତାବାଦରେ ବିଶ୍ବାସୀ!! 


ଅବିଚାର ଅନାଚାର ଅସମାନତା 

ବିରୁଦ୍ଧରେ ସ୍ୱର ତୋଳି ଯେବେ 

ଠିଆ କରାଇଲି ଇଶ୍ବରଙ୍କୁ କାଠଗଡ଼ାରେ 

ମୁଁ ପାଲଟିଗଲି ଜଡ଼ବାଦୀ ନିରୀଶ୍ବରବାଦୀ!! 


ତମାମ ଶାବ୍ଦିକ ଦ୍ବନ୍ଦ ସତ୍ତ୍ୱେ 

ମୁହିଁ ଜଣିଛି ମାତ୍ର ଏତିକି 

ଶୁଦ୍ଧାନ୍ତକରଣେ କାୟମନୋବାକ୍ଯରେ 

ଅଟଇ ଜଣେ ମାନବବାଦୀ

ଶ୍ରେଣୀହୀନ ସମାଜର ସ୍ପପ୍ନରେ

ଜୀଉଁଛି ମୁଁ ସମାଜବାଦୀ!! 


ଦୁର୍ବଳ ମୋହର ଅର୍ଥନୀତି 

ଯାହାଙ୍କ ପାଇଁ ମୁଁ ଲଢୁଛି 

ସଭିଏଁ ମିଳିମିଶି ଶୋଷନ୍ତି ନିତି 

ଏଇ ମୋର ଚରମ ଦୁର୍ଗତି

ଅନ୍ତରର ନିର୍ଭୁଲ୍ ସ୍ବୀକାରୋକ୍ତି!! 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract