STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ଅପରିଚିତ

ଅପରିଚିତ

1 min
139

ରଙ୍ଗ ଋତୁ ବଦଳିବା ପରି ଲୋକେ ଏଠି ବଦଳନ୍ତି ନିତି ନିତି

କାଲି ସକାଳକୁ ଅପରିଚିତ ଲାଗନ୍ତି ଆପଣାର ପ୍ରିୟ ଶ୍ରେଷ୍ଠ ସାଥି

ଫଗୁଣର ଫୁଲ ଯେତେ ସବୁ ଶ୍ରାବଣକୁ ଲାଗନ୍ତି ଅଚି଼ହ୍ନା ଅଜଣା

ବିରହ ବେଳାରେ ମନ୍ଦ ମଳୟବି ଦିଏ ତତଲା ଝାଞ୍ଜିର ଯନ୍ତ୍ରଣା

ଫୁଟିବା ଫୁଲକୁ ଆଉ କି ଭ୍ରମର କରଇ ପୁଣି ସେନେହ ଆଦର

ସେତ ଖୋଜୁଥାଏ ଦୂରେ ନୂଆ ଫୁଲକଢ଼ୀର ଠିକଣା ନିରନ୍ତର

ବିଶ୍ବାସ ଅବିଶ୍ଵାସର କଷଟିରେ ତଉଲା ଚାଲିଛି ପ୍ରୀତିରବେଭାର

କିଏବା କାହାକୁ ଏଠିଦେଇଛି ପ୍ରେମ ନାମେ ପ୍ରତାରଣାର ଜହର

ରୂପ ମାଧୁରୀ ତନୁ ବଲ୍ଲରୀ ସାମ୍ନାରେ ମନ ପ୍ରାଣ ଅଟଇ ଗୌଣ

ସଭିଏଁ ସାଜନ୍ତି ପ୍ରତାରକ ସରିଗଲା ପରେ ଦେହର ଆକର୍ଷଣ

ଦୁନିଆର ଏହି ତ ଅଲିଖିତ ଅଥଚ ପ୍ରଚଳିତ ରୀତିନୀତି ପ୍ରଥା

ଅଜ୍ଞାନ ପ୍ରେମୀ ଅଜ୍ଞତାରେ ଅକାରଣେ ପିଟୁଥାଏ ତା'ର ମଥା

ଅତି ପରିଚିତ ଜନ ଯେବେ ପାଲଟିଯାଏ ଅଜ୍ଞାତ ଅପରିଚିତ

ପ୍ରତାରିତ ଉପେକ୍ଷିତ ବିକ୍ଷିପ୍ତ ପ୍ରାଣ ହୁଏ କ୍ରୋଧେ ଜର୍ଜରିତ ।


Rate this content
Log in

Similar oriya poem from Abstract