STORYMIRROR

Nrusingha Narayan Tripathy

Classics

3  

Nrusingha Narayan Tripathy

Classics

ଶ୍ରୀ ଗଣେଶ

ଶ୍ରୀ ଗଣେଶ

1 min
197


ଆଦିଦେବ ପରିଚିତ କଶ୍ୟପ ଅଦିତି ସୁତ 

ସତ୍ୟଯୁଗେ ନାମ ତୁମ ଯେ ମହଙ୍କତ 

ରକ୍ଷାସ ଯେ ଦେବାନ୍ତକ ପ୍ରତାପୀ ସେ ନାରାନ୍ତକ

ବଧିକି ହୋଇଲ ଶ୍ରେଷ୍ଠ ଯେ ପୁରସ୍କୃତ

ବିନାୟକ ପ୍ରଭୁ ଗଣେଶ

ଅବତରୀ ପ୍ରତି ଯୁଗେ ଦିଅ ଆଶିଷ ll


ନିଧନ କଲ ରାକ୍ଷସ  ଜନ୍ମିସିନ୍ଧୁ କୁ ଗଣେଶ

ଉମା ସୁତ ଗଣନାଥ ଯେ ଗଜାନନ

ରିଷ୍ଟକୁ କର ଖଣ୍ଡନ ପ୍ରଭୁ ଗିରିଜା ନନ୍ଦନ

ସର୍ବ ବିଘ୍ନ କର ହର ଗୌରୀ ନନ୍ଦନ

ହେ ବିଘ୍ନ ନାଶନ ଗଣେଶ

ସବୁଠାରେ ତୁମ ଲୀଳା ହୁଏ ପ୍ରକାଶ ll


ଅଗ୍ରପୂଜ୍ୟ ଲମ୍ବୋଦର  ସର୍ବ କର୍ମେ ଶୁଭଙ୍କର 

ପାର୍ବତୀ ନନ୍ଦନ ଦେବ ହେ ଗଣପତି

ମାନବ ଦେବତା ଗଣ  ଭଜନ୍ତି କରି ବନ୍ଦନ

ଶୁଭା ଶୁଭ କର୍ମେ ପ୍ରଭୁ କରନ୍ତି ସ୍ତୁତି

ରିଦ୍ଧି ସିଦ୍ଧି ସହ ଗଣେଶ

ଓଷା ପୂଜା ବ୍ରତେ ପାଉ ମନେ ସନ୍ତୋଷ ll


ବିଦ୍ୟାଦାତା ଭଗବାନ ବକ୍ରତୁଣ୍ଡ ଦୟାଵାନ

କୃପାକର ଦେଇ ବିଦ୍ୟା ହଟୁ ଅଜ୍ଞାନ

ମୋଦକ ପ୍ରିୟ ଠାକୁର ଗଣନାଥ ବିଘ୍ନହର

ପ୍ରାର୍ଥନା କରୁଛୁ ପ୍ରଭୁ ଗାଇ ଜଣାଣ

ଶିବା ସୁତ ଆହେ ଗଣେଶ

ଦିଅ ପ୍ରଭୁ ମୋତେ ଜ୍ଞାନ ହେଉ ବିକାଶ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics