STORYMIRROR

Satyabati Swain

Classics

3  

Satyabati Swain

Classics

ହେ ବିଶ୍ୱଜୀବନ

ହେ ବିଶ୍ୱଜୀବନ

1 min
353

ଏ ହୃଦୟ

ଏଇ ମନ 

ଜୀବନର ହସ ଲୁହ

ତୁମେ ପଦେ କରେ ସମର୍ପଣ, 

ସକାଳର ସୂର୍ଯ୍ୟ ତୁମେ

ରାତିର ଅନ୍ଧାର ତୁମେ

ପତର ପଥର ତୁମେ

ହେ ବିଶ୍ଵଜୀବନ !

ତୁମେ ହିଁ ତ 

ମୋ ଦେହ ପବନ 

ଏ ଆଖି ସାତ ସପନ।


ଭିଡ଼ ଏଠି ଖାଲି ଭିଡ଼ 

ପିଟା ପିଟି ମାଡ଼ ଗୋଳ

ଆଲୁଅରେ ଝଲସୁଛି

ସାରା ସଂସାର

ଅନ୍ଧାରରେ ମୁଁ କିନ୍ତୁ

ଚାଲଇ ଏକା ;

ତୁମକୁ ଆଶ୍ରା କରିଛି 

ଏ ହୃଦୟ ଅରପିଛି

ବିଶ୍ୱାସ ଦୀପ ଜାଳୁଛି

ତୁମେ ଥିବ ସାଥେ ମୋର

ହେ ବିଶ୍ୱ ବିଧାତା ! 

ତୁମେ ହିଁ ଏ ସୃଷ୍ଟିର ଏକମାତ୍ର

ମଶାଣୀ ଯିବାର ସଖା।


ସବୁ ଅଛି କିଛି ନାହିଁ

ଜୀବନଟି ମାୟା ନଈ

ପହଁରି ପାରେନା ମୁହିଁ

ପେଟେ ପାଣି ପିଇ

ଉବୁଟୁବୁ ହୁଏ ସାଇଁ

ବିଶାଳକାୟ କୁମ୍ଭୀର

ନଈରେ ଅଛନ୍ତି ରହି

ମେଲା କରିଛନ୍ତି ପାଟି

ଟକ୍ କିନା ଗିଳିବା ପାଇଁ

ହେ ବିଶ୍ୱ କରତା !

କୁହ କେମିତି ସେ କୁଳ ଧରିବି ମୁହିଁ ?


ଆସ ବିଶ୍ୱ କାରିଗର

ନିଅ ହାତ ଧରି ମୋର

ଏ ନଈରୁ ପାରି କର

ଦେଇ ଦିବ୍ୟ ଚେତନା ଓ ଦିବ୍ୟ ଜ୍ଞାନ;

ଯେ ପାଇଁ ପଠେଇଅଛ

ଯେଉଁ ଭୂମିକା ଦେଇଛ

ଭଲରେ ଭଲରେ ଶେଷ କରୁ ଏ ପରାଣ

ହେ ଜଗଜୀବନ !

ଏତିକି ଆଶିଷ ଦିଅ ଚକା ନୟନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics