STORYMIRROR

Jagannath Barik

Classics

3  

Jagannath Barik

Classics

କରୋନା ରାକ୍ଷସ

କରୋନା ରାକ୍ଷସ

1 min
361

ପ୍ରଭୁ ସମ୍ଭାଳ ସମ୍ଭାଳ ହେ

  କ୍ଷିତି ହେଲା ଅସମ୍ଭାଳ

କରୋନା ରାକ୍ଷସ ଗ୍ରାସିଲାଣି ବିଶ୍ୱ

   ସାଜି ରୂପ ମହାକାଳ ।


କୋଟି କୋଟି ଲୋକ ହେଲେଣି ଆକ୍ରାନ୍ତ

        ଲକ୍ଷ ଲକ୍ଷ ପରପାର

ଜାପାନ ଭୂଖଣ୍ଡୁ ମେକ୍ସିକୋ ପର୍ଯ୍ୟନ୍ତ

ସାରା ବିଶ୍ୱ ହାହାକାର ।


ଗୃହବନ୍ଦି କରି ରଖିଛି ସଭିଙ୍କୁ

ପଦାକୁ ଆସିଲେ ଡର

ଚିକିତ୍ସା ବିଜ୍ଞାନ ହାତ ଟେକିଲାଣି

ନାହିଁ ୟାର ପ୍ରତିକାର ।


ଏବେ କରୋନାର ଦ୍ଵିତୀୟ ଲହର

ମାଡ଼ିଆସେ ଭୟଙ୍କର

କେଉଁ ରୂପେ କେଉଁ ମାଧ୍ୟ୍ୟମେ ଆସୁଛି

ଆଦି ଅନ୍ତ ନାହିଁ ତାର ।


ସାମାନ୍ୟ ଭୁତାଣୁ ଦମନ ପାଇଁକି

ହଟିଛି ବିଜ୍ଞାନବଳ

ପରମ ସତ୍ୟକୁ ବୁଝିଲାଣି

ଏବେ ଶକ୍ତି ଆଧ୍ୟାତ୍ମିକତାର ।


ମାନୁନାହିଁ ଅଉଷଧ ଲଞ୍ଜେକ୍ସନ

ପ୍ରତିଷେଧ ପ୍ରତିକାର

ଜୀବନ ଦର୍ଶନ ଶିଖାଇ ଦେଲାଣି

ଏ କୋଭିଡି ମହାବଳ ।


ହିରଣାକ୍ଷ କଂସ ନରକା ରାବଣ

ଠାରୁ ଏ କି ବଳିଆର !

ଅଜର ଅମର ହିରଣ୍ୟ ବଧିଲ

ଖମ୍ବରୁ ହୋଇ ବାହାର ।


ବେଦ ଚୋର ଶଙ୍ଖାସୁର ବିନାଶିଲ

ଧରି ମୀନ ଅବତାର

ବାଣା ରଣେ ଶିବଜ୍ଵର ନାଶିବାକୁ

ପେଷିଦେଲ ବିଷ୍ଣୁଜ୍ଵର ।


କୀଟଠାରୁ ସର୍ପ ବିହଙ୍ଗ ପର୍ଯ୍ୟନ୍ତ

କଞ୍ଚା ଖାଇଗଲା ନର

ପୁରାଣକୁ ପରିହାସ କରି

କଲା ପ୍ରକୃତିକୁ ନାରଖାର ।


ବିଜ୍ଞାନ ତାଡ଼ନେ କ୍ରୋଧିତା

ପ୍ରକୃତି ପେଷିଛି କରୋନା ଜ୍ଵର

ନିରୁପାୟ ଆଜି ନାସ୍ତିକ ମୁଖୁ

ବି ଶୁଭେ ଭାଗବତ ସ୍ୱର ।


ଉଜୁଡ଼ି ଗଲାଣି ସୁନ୍ଦର ସଂସାର

ପରିବେଶ ହଳାହଳ

ସୃଷ୍ଟି ରକ୍ଷାକର ଶ୍ରୀକୃଷ୍ଣ ସୁନ୍ଦର

ଶରଣ ପଦକମଳ ।

-------------------------------



Rate this content
Log in

Similar oriya poem from Classics