STORYMIRROR

Dhaneswar Dash

Classics

3  

Dhaneswar Dash

Classics

ଜୀବନରେ ନାରୀ

ଜୀବନରେ ନାରୀ

1 min
283

ନାରୀ ବିନା ଚାଲେନାହିଁ 

ଜୀବନ ନଉକା,

ନାରୀ ବିନା ଜୀବନଟା 

ଲାଗେ ଫିକା ଫିକା ।


ନାରୀ ବିନା ବଢେନାହିଁ 

ସମ୍ପଦ ବୈଭବ,

ନାରୀ ବିନା ଜୀଇବାଟା

ନୁହଁଇ ସମ୍ଭବ।


ନାରୀ ବିନା ଆସେନାହିଁ

ସମ୍ଭାବ୍ଯ ପ୍ରଳୟ,

ନାରୀ ବିନା ସଂସାରଟା

ହୁଏନା ଆଗ୍ନେୟ ।


ନାରୀ ବିନା ଅସମ୍ଭବ 

କୃତ୍ରିମ ଛଳନା,

ନାରୀ ଯେ ଧ୍ବଂସାଭିମୂଖୀ

ସଦ୍ଭାବନା ବିନା ।


ନାରୀ ସୃଷ୍ଟିର କାରଣ

ନାରୀ ଯେ ପ୍ରଳୟ,

ନାରୀ ସମ୍ବେଦନଶୀଳ

ନାରୀ ଭୟାବହ। 


Rate this content
Log in

Similar oriya poem from Classics