Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjit Sahu

Classics Inspirational Others

3  

Ranjit Sahu

Classics Inspirational Others

ମୋ ଦେଶ

ମୋ ଦେଶ

1 min
167


ଯାହାର ପାଦରେ ଶୋଭେ ରତ୍ନାକର, 

ଯାହା ମୁକୁଟ ସାଜେ ହିମାଳୟ,  

ପୂର୍ବରେ କାମାକ୍ଷା ପଶ୍ଚିମେ ଦ୍ଵାରକା,

କୋଣେ କୋଣେ ଯେଉଁଠି ଦେବାଳୟ I


ନଗର ନଗର ଏଠି ଇତିହାସ,

ଚାରିଧାମ ଏଠାରେ ତୀର୍ଥସ୍ଥଳ, 

ଗଙ୍ଗା ଯମୁନାର ପୁଣ୍ୟତାରେ ଭରା,

ଯେଉଁଠାରେ ନଦ ନଦୀର ଜଳ I 


ମୌସୁମୀର ବଳେ ଯେଉଁଠି ନଭରେ,

ଆଷାଢ଼ ଦିନେ ଶୋଭେ ମେଘ ମାଳ, 

ବରଷାରେ ହସେ ସବୁଜ ଧରଣୀ,

ବହେ ଯେଉଁଟି ସମୀର ଶୀତଳ I 


କାନନେ କାନନେ କୋଇଲିର କୁହୁ,

ସରୋବରେ ନାଚେ ଶ୍ଵେତ ଉତ୍ପଳ 

ତିନି ଭୁବନରେ ଅଟେ ଅନୁପମ,

ଖୋଜିନିଅ ସ୍ଵର୍ଗ, ମର୍ତ୍ତ୍ୟ, ପାତାଳ I 


Rate this content
Log in

Similar oriya poem from Classics