STORYMIRROR

Ranjit Sahu

Classics Inspirational Others

3  

Ranjit Sahu

Classics Inspirational Others

ମୋ ଦେଶ

ମୋ ଦେଶ

1 min
170

ଯାହାର ପାଦରେ ଶୋଭେ ରତ୍ନାକର, 

ଯାହା ମୁକୁଟ ସାଜେ ହିମାଳୟ,  

ପୂର୍ବରେ କାମାକ୍ଷା ପଶ୍ଚିମେ ଦ୍ଵାରକା,

କୋଣେ କୋଣେ ଯେଉଁଠି ଦେବାଳୟ I


ନଗର ନଗର ଏଠି ଇତିହାସ,

ଚାରିଧାମ ଏଠାରେ ତୀର୍ଥସ୍ଥଳ, 

ଗଙ୍ଗା ଯମୁନାର ପୁଣ୍ୟତାରେ ଭରା,

ଯେଉଁଠାରେ ନଦ ନଦୀର ଜଳ I 


ମୌସୁମୀର ବଳେ ଯେଉଁଠି ନଭରେ,

ଆଷାଢ଼ ଦିନେ ଶୋଭେ ମେଘ ମାଳ, 

ବରଷାରେ ହସେ ସବୁଜ ଧରଣୀ,

ବହେ ଯେଉଁଟି ସମୀର ଶୀତଳ I 


କାନନେ କାନନେ କୋଇଲିର କୁହୁ,

ସରୋବରେ ନାଚେ ଶ୍ଵେତ ଉତ୍ପଳ 

ତିନି ଭୁବନରେ ଅଟେ ଅନୁପମ,

ଖୋଜିନିଅ ସ୍ଵର୍ଗ, ମର୍ତ୍ତ୍ୟ, ପାତାଳ I 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics