STORYMIRROR

Pratima Satpathy

Classics

3  

Pratima Satpathy

Classics

ମାର୍ଗ ଦର୍ଶକ

ମାର୍ଗ ଦର୍ଶକ

1 min
130


କାଲି ପରି ମୋର ମନେ ପଡ଼ିଯାଏ

   ବିତିଥିବା ପିଲାଦିନ

ପାଠ ପଢ଼ୁଥିଲି ଦ୍ଵିତୀୟ ଶ୍ରେଣୀରେ

   ପଢ଼ାରେ ଥିଲା ମୋ ମନ।

କିଛି ସାଙ୍ଗ ମେଳେ ବାହାରିଲି ଦିନେ

     ଯିବାକୁ ରଗଡିଶ୍ଵର

ସେହିଠାରେ ପ୍ରଭୁ ଅଷ୍ଟଶମ୍ଭୁ ଛନ୍ତି

     ଦର୍ଶନେ ମନ ଅସ୍ଥିର।

ମାଆକୁ କହିଲି ସ୍କୁଲ ଯିବିନାହିଁ

     ଯିବି ମୁଁ ଠାକୁର ଦେଖି  

ଏକଥା ମୋହର ବଡ଼ ଭାଇ ଶୁଣି

   କହିଲେ ପାଖକୁ ଡାକି।

ସ୍କୁଲ୍ ବନ୍ଦ କରି ଠାକୁର ଦେଖିବା

   ଜମା ଭଲ କଥା ନୁହେଁ

ମୁଁ କହିଲି ସବୁ ସାଙ୍ଗ ଯାଉଛନ୍ତି

   ଯିବି ତାଙ୍କରି ସାଙ୍ଗରେ।

ମୋର କଥା ଶୁଣି ବଡ଼ ଭାଇ ମୋର

   ବାଡ଼ି ଖଣ୍ଡେ ହାତେ ଧରି

ଗୋଡ଼କୁ ମୋହର ଦେଲେ ଦି ପାହାର

     କାନ୍ଦିଲି ମୁଁ ରାହା ଧରି।

କହିଲେ ଆଜିଠୁ ଦିନେ ହେଲେ ସ୍କୁଲ୍

    ବନ୍ଦ ତୁ କରିବୁ ନାହିଁ

ସେହିଦିନୁ ପାଠ ଶେଷ ପର୍ଯ୍ୟନ୍ତ ମୁଁ 

    ସ୍କୁଲ୍ ବନ୍ଦ କରେ ନାହିଁ।

ହେଉ ଯେତେ ବର୍ଷା ଛତା ଧରି ମୁହିଁ

    ସ୍କୁଲକୁ ଯାଏ ବାହାରି

ମାଆ ମୋର ମନା କରୁଥିଲେ ମଧ୍ୟ

   ଶୁଣେନି କଥା କାହାରି।

ବଡ଼ ଭାଇଙ୍କର ଦୁଇଟି ପାହାର

   ପାଇଁ ଶ୍ରେଣୀରେ ପ୍ରଥମ

ଆଜି ଅଛି ଯାହା ମୋର ପରିଚୟ 

    ସବୁ ତାଙ୍କ ଅବଦାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics