STORYMIRROR

Bijoy Jena

Abstract Classics Inspirational

3  

Bijoy Jena

Abstract Classics Inspirational

ଅଷ୍ଟ ବିଧ ସାତ୍ତ୍ୱିକ ଗୁଣ

ଅଷ୍ଟ ବିଧ ସାତ୍ତ୍ୱିକ ଗୁଣ

1 min
169


ବାଳୁତ କାଳରୁ ଅଭ୍ୟାସ କରିବା

      ଅଷ୍ଟବିଧ ସତ୍ତ୍ତ୍ ଗୁଣ

ଗୋଟିଏ ଗୋଟିଏ ପୁଷ୍ପ ସମ ଏହା

       ବିଧିଙ୍କୁ କର ଅର୍ପଣ।

ଆମରି ଦେବତା ସର୍ବମୟ କର୍ତ୍ତା

       ସଦା ହୋଇବେ ପ୍ରସନ୍ନ

ପ୍ରଥମ ପୁଷ୍ପକୁ ଅହିଂସା ନାମରେ

       କର କର ଆଚରଣ।

କାହା ପ୍ରତି କେବେ ହିଂସା କରିବାନି

        ଇନ୍ଦ୍ରୀୟ ରଖି ସଞ୍ଜମ

ସର୍ବ ପ୍ରାଣୀ ଠାରେ ସ୍ନେହ ଭାବ ଥିଲେ

        ଚଳଣି ହେବ ସୁଗମ।

କ୍ଷମା ଅଟେ ପରା ଚତୁର୍ଥ କୁସୁମ

        ପଞ୍ଚମ ର ନାମ ଜ୍ଞାନ

ତପସ୍ୟାରେ ରହି ସଂସାରେ ଚଳିଲେ

       ନର ହୁଏ ନାରାୟଣ।

ତପସ୍ୟାର ଅର୍ଥ ସତ ଆଚରଣ

        କର୍ମ ପଥେ ପ୍ରତି ଦିନ

ପ୍ରଭୁଙ୍କ ଚିନ୍ତନେ ଫଳ ଅରପଣେ

        ରଖି ଥାଅ ମନ ଧ୍ୟାନ।

ଶାନ୍ତି ହେଉଅଛି ସପତମ ପୁଷ୍ପ

       ସତ୍ୟ ଅଷ୍ଟମ ନାମ ତ 

ଏହି ଗୁଣ ସବୁ ସାତ୍ତିକ ଅଟନ୍ତି 

       ଆତ୍ମା ହୁଅଇ ତୃପତ।

ଆସ ଆସ ଯେତେ ବାଳକ ବାଳିକା

       ଅଷ୍ଟ ପୁଷ୍ପ ଦେଇ ଭେଟି

ଜଗତର ନାଥ ବ୍ରହ୍ମାଣ୍ଡ ଠାକୁର

       ପଦ୍ମ ପାଦେ ଯିବା ଲୋଟି।

ପରମ ଇଶ୍ଵର ମଙ୍ଗଳ ମୟ ସେ

        ଢାଳିବେ ଆଶିଷ ନିତି

ସାମର୍ଥ୍ୟ ଐଶର୍ଯ୍ୟ ଶକତି ଧ୍ୟାନକୁ

         ଭରି ଦେବେ ଦିବା ର ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract